ରାଜଧାନୀରେ ସେକ୍ସ ର‌୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ

ରାଜଧାନୀରେ ସେକ୍ସ ର‌୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ

ରାଜଧାନୀରେ ସେକ୍ସ ର‌୍ୟାକେଟ: ୩ ଯୁବତୀ ଉଦ୍ଧାର ଜଣେ ଗିରଫ


ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଭୁବନେଶ୍ୱର ଏବେ ସେକ୍ସର‌୍ୟାକେଟର ଅଭୟାରଣ୍ୟ ପାଲଟିଛି । କମିଶନରେଟ ପୁଲିସ ପକ୍ଷରୁ ଏହାକୁ ଅଙ୍କୁଶ ଲଗାଇବା ପାଇଁ ବହୁ ଉଦ୍ୟମ କରୁଥିଲେ ମଧ୍ୟ ଅସାଧୁ ବ୍ୟକ୍ତିମାନେ ନୂଆନୂଆ ତରିକାରେ ଦେହ ବ୍ୟବସାୟ ଚଳାଇଛନ୍ତି । ଆଜି ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦେହ ବେପାର କାର୍ଯ୍ୟରେ ସମ୍ପୃକ୍ତିଥିବା ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଚାକିରୀ ଦେବା ନାଁରେ ଶିକ୍ଷିତ ଯୁବତୀଙ୍କୁ ଦେହ ବେପାର କାର୍ଯ୍ୟରେ ନିୟୋଜିତ କରାଯାଉଥିଲା । ଏନେଇ ଜଣେ ପୀଡ଼ିତା ଅଭିଯୋଗ କରିବା ପରେ କମିଶନରେଟ୍ ପୁଲିସ୍ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି, ବର୍ତ୍ତମାନ ପରିସ୍ଥିତିରେ ରାଜଧାନୀରେ ଯଦି ଏପରି ଚାକିରୀ ପାଇଁ ଦେହ ବିକ୍ରି କରିବାକୁ ପଡ଼ୁଛି ତେବେ ଉପାନ୍ତ ଅଞ୍ଚଳର ସ୍ଥିତି କିଭଳି ଥିବ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସତ୍ୟବିହାରରେ ଏକ ଭଡ଼ା ଘରେ ଚାଲିଥିଲା ଏଭଳି କାରବାର । ଯେଉଁଛି ବେକାର ଶିକ୍ଷିତ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଦିଆଯାଉଥିଲା ପ୍ରତିଶ୍ରୁତି । ଯେଉଁଥିପାଇଁ ଦୂରଦୂରାନ୍ତରୁ ଧାଇଁ ଆସୁଥିଲେ ବେକାର ଯୁବତୀମାନେ । ମାତ୍ର ସେଠାରେ ସେମାନଙ୍କୁ ଚାକିରି ଦିଆଯିବା ପରିବର୍ତ୍ତେ ବିଭିନ୍ନ ବେଆଇନ୍ କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି । ଏପରିକି ଯୁବତୀମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଥିଲା । ଗତକାଲି ଜଣେ ମହିଳା ଦେହ ଦଲାଲଙ୍କ କବଳରୁ ଖସି ଆସି ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍ ପୁଲିସ ଆଜି ସତ୍ୟବିହାରରେ ଥିବା ଏହି କାର୍ଯ୍ୟାଳୟରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଘର ଭିତରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଚାକିରୀ ଯୋଗାଇବା ନିମନ୍ତ ଏକ କନ୍ସଲଟାନ୍ସି ସେଣ୍ଟର ଖୋଲି ଏଭଳି କାରବାର କରାଯାଉଥିବା ଜଣାପଡ଼ିଛି । ଏହି ମାମଲାରେ କନ୍ସଲଟାନ୍ସି ଏଜେନ୍ସିର ମାଲିକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଘର ଭିତରୁ କଣ୍ଡୋମ୍ ଓ ବିଭିନ୍ନ ମେଡ଼ିସନ୍ ଭଳି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ପୂରା ଘଟଣାକୁ ଖଣ୍ଡନ କରିଛନ୍ତି ଗିରଫ ହୋଇଥିବା ଅଭିଯୁକ୍ତ । ଯାହା ଅଭିଯୋଗ ହୋଇଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୁକ୍ତଜଣକ ସଫେଇ ଦେଇଛନ୍ତି । ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି