ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ରେ ବାମନଘାଟି ଉପଖଣ୍ଡରେ ୧୨ଘଣ୍ଟିଆ ବନ୍ଦ

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ରେ ବାମନଘାଟି ଉପଖଣ୍ଡରେ ୧୨ଘଣ୍ଟିଆ ବନ୍ଦ

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ରେ ବାମନଘାଟି ଉପଖଣ୍ଡରେ ୧୨ଘଣ୍ଟିଆ ବନ୍ଦ

News by Akshya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ବାମନଘାଟୀ ଉପଖଣ୍ଡକୁ ସ୍ୱତନ୍ତ୍ର ଏବଂ ରାଇରଙ୍ଗପୁର ଜିଲ୍ଲା ଗଠନ ଆନ୍ଦୋଳନ ନେଇ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଏପ୍ରିଲ ୧୦ ତାରିଖ ଦିନ ବାମନଘାଟୀ ଉପଖଣ୍ଡକୁ ସଂପୁର୍ଣ୍ଣ ଭାବେ ୧୨ଘଣ୍ଟିଆ ବନ୍ଦ କରିବା ପୂର୍ବ ନିଷ୍ପତ୍ତିକୁ ପାଳନ ପାଇଁ ଆହ୍ୱାନ ଦିଆଯାଇଥିଲା । ଏଥିପାଇଁ ସବୁ ବ୍ଲକରେ ବ୍ଳକ ଅଧ୍ୟକ୍ଷ, ସ୍ଥାନୀୟ ସର୍ବଦଳୀୟ ନେତୃବୃନ୍ଦକୁ ବନ୍ଦକୁ କିଭଳି ସଫଳ କରିବେ ଦାୟିତ୍ୱ ଦିଆଯାଇଥିଲା । ସବୁ ବ୍ଲକରେ ବୈଠକ, ପଥପ୍ରାନ୍ତ ସଭା, ବାନର ପୋଷ୍ଟର, ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେବାପାଇଁ ନିଷ୍ପତ୍ତି ହୋଇଥିଲା । ଆଜିର ବୈଠକରେ ସ୍ୱତଃସ୍ପୃତ ଭାବରେ ବହୁ ସଂଖ୍ୟାରେ ବିଭିନ୍ନ ସଂଗଠନ ତରଫରୁ କର୍ମକର୍ତ୍ତାବୃନ୍ଦ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ କର୍ମୀ, ସ୍ୱେଛାସେବୀ, ବଣିକ ସଂଘ, ମୋଟରକର୍ମଚାରୀ ସଂଘ, ରୋଟାରୀ କ୍ଲବ, ଲେଖକ, କବି, ସଚେତନ ନାଗରିକ, ବରିଷ୍ଠ ନାଗରିକ ସଂଘ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ସକରାତ୍ମକ ମତ ଉପସ୍ଥାପନା କରିଥିଲେ । ବୈଠକରେ ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା, ବର୍ଷିଆନ ସମାଜସେବୀ ମନୋରଞ୍ଜନ ମହାନ୍ତି, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ସଂଜୀବ ମହାନ୍ତି, ଗ୍ରାମୀଣ ଶକ୍ତି ବିଭାଗ ଉପଦେଷ୍ଟା ଦିପ୍ତୀମାନ ବଳ, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଦ, ଜଲେନ ନାଏକ, ଡ୍ରାଇଭର ସଂଘ ସଭାପତି ପିଣ୍ଟୁ ସର୍ଦାର, ଗୋରୁମହିଷାଣୀ ଶ୍ରମିକ ନେତା ଲକ୍ଷ୍ମଣ ଟୁଡୁ, ଲାଲବାବୁ ସାହୁ, ଅଧ୍ୟାପକ ବିଜୟ ରାମ, ରୋଟାରୀଆନ ଅରବିନ୍ଦ ବାଗାଡିଆ, ସାମ୍ବାଦିକ ସୌରଭ ପଟ୍ଟନାୟକ, ସୁଜିତ ପଟ୍ଟନାୟକ, ଅକ୍ଷୟ ବିଶ୍ୱାଳ, ରାଜେଶ ଶର୍ମା, ତୁଷାର କାନ୍ତ ମହାନ୍ତ, ସତ୍ୟରଞ୍ଜନ ପାଲ, ମେଘନାଦ ହେମ୍ବ୍ରମ, ନୀରଜ ସାହୁ, ରାଜା ବରାଳ, ଦୀପୁ ବଳ ସମେତ ବହୁ ନୂତନ ଜିଲ୍ଲା ସମର୍ଥନକାରୀ ସାମିଲ ହୋଇଥିଲେ । ଶେଷରେ ସମାଜସେବୀ କାଳୀପ୍ରସନ୍ନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ