ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ

ରକ୍ତ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରକ୍ତ ଭଣ୍ଡାର କର୍ମଚାରୀ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌): କୁହା ଯାଉଛି ରକ୍ତଦାନ ଜୀବନ ଦାନ । ଏହି ନ୍ୟାୟରେ ରାଜ୍ୟରେ ବହୁ ଜନସାଧାରଣ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥାନ୍ତି । ତେବେ ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ କରାଯାଉଛି । ହେଲେ ରକ୍ତଭଣ୍ଡାରରେ ଥିବା ରକ୍ତ ରୋଗୀ ପାଇବା ପାଇଁ ହିନସ୍ତା ହେଉଥିବାବେଳେ କର୍ମଚାରୀଙ୍କୁ ହାତଗୁଞ୍ଜା ଦେବାକୁ ପଡ଼ୁଛି । ଫଳରେ ସରକାରଙ୍କ ଏଭଳି ଜନକଲ୍ୟାଣ ଯୋଜନା ଦିଗହରା ହେଉଛି ।
ପୁନଶ୍ଚ ରୋଗୀକୁ ବଞ୍ଚାଇବା ଲାଗି ଆବଶ୍ୟକ ହେଉଥିବା ରକ୍ତ ଦେବାପାଇଁ ରକ୍ତଭଣ୍ଡାର କର୍ମଚାରୀ ଲାଞ୍ଚ ନେଉଥିବାବେଳେ ଧରାପଡ଼ିବା ପରେ ରକ୍ତକୁ ନେଇ ଚାଲିଥିବା ବେପାରର ପର୍ଦ୍ଦାଫାସ ହୋଇଛି । ରକ୍ତ ପାଇବା ପାଇଁ ଲୋକେ ହଇରାଣ ହେବା ଏବଂ ସେମାନଙ୍କୁ ଆର୍ôଥକ ଶୋଷଣ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେବାପରେ ଭିଜିଲାନ୍ସ ଆଜି ମେଡ଼ିକାଲ୍‌ରେ ଚଢଉ କରିଥିଲା । ତେବେ ଏହି ଚଢାଉ ସମୟରେ କ୍ୟାନସର ୱାର୍ଡ ନିକଟସ୍ଥ କେନ୍ଦ୍ରୀୟ ବ୍ଲଡ ବ୍ୟାଙ୍କର ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ୱାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଛି । ସେ ୨ୟୁନିଟ ରକ୍ତ ଦେବାଲାଗି ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । କିଶୋର ଠାରୁ ଲାଞ୍ଚ ନେଉଥିବା ଟଙ୍କା ମଧ୍ୟ ଭିଜିଲାନ୍ସ ଜବତ କରିଛି । ଲାଞ୍ଚ ନେଇ ଧରାପଡ଼ିବାପରେ ଭିଜିଲାନ୍ସ କିଶୋରର କଟକ ଚାନ୍ଦିନଚୌକ ଏବଂ ତାଙ୍କ ଜନ୍ମସ୍ଥାନ ଗୋବିନ୍ଦପୁର ଘରେ ଏକକାଳୀନ ଭାବେ ଚଢାଉ ଆରମ୍ଭ ହୋଇଛି । ତେବେ ଚଢ଼ାଉ ପରେ ବିପୁଳ ପରିମାଣର ଆୟବର୍ହିଭୂତ ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ