ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ଼

ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ଼

ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ଼


ଭୁବନେଶ୍ୱର (ଏନ୍‌.ଏମ୍‌.): ଲଜ୍ଜା ! ଘୋର ଲଜ୍ଜା!! ସମ୍ପ୍ରତି ନାରୀମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଠାରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପର୍ଯ୍ୟନ୍ତ ଦୁନ୍ଦୁଭି ବଜାଉଥିବାବେଳେ ନାରୀ ଉପରେ ଚାଲିଥିବା ଅତ୍ୟାଚାରର ବିଷୟ ଗୋଟିଏ ପରେ ଗୋଟିଏ ବଢ଼ିଚାଲିଛି । ସରକାର ଓ ପ୍ରଶାସନର ଶତଚେଷ୍ଠା ସତ୍ତ୍ୱେ ନାରୀ ଆଜି ଅସହାୟ ହୋଇପଡ଼ିଛି । ଯେଉଁ ଦେଶ ନାରୀ ପାଇଁ ସ୍ୱତନ୍ତ୍ର ସମ୍ମାନ ଦେଇ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିଲା ଆଜି ସେହି ଦେଶର ପାଣିପାଗ ବଦଳି ଯାଇଛି । ଆଜି ବି ନାରୀ ସୁରକ୍ଷିତ ନଥିବା ପ୍ରମାଣିତ ହୋଇଯାଇଛି । ରାଜଧାନୀର ଛାତି ଉପରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । ଜଣେ ଯୁବତୀଙ୍କ ଉପରକୁ ଏସିଡ ମାଡ ହୋଇଥିବା ଜଣାଯାଇଛି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଯୁବକଜଣକ ଫେରାର ହୋଇଯାଇଥିବା ବେଳେ ଏସିଡ ମାଡ଼ର କାରଣ ଜଣାପଡ଼ିନି । ଭୁବନେଶ୍ୱର ଧଉଳି ଥାନା ବାଲିଆପଡା ଗାଁରେ ଏହି ଘଟଣା ଘଟିଥିବା ଜଣାଯାଇଛି । ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ । ତେବେ କେଉଁ କାରଣରୁ ଯୁବକଜଣକ ଯୁବତୀଙ୍କ ଉପରକୁ ଏସିଡ ମାଡ଼ କଲେ ତାହା ସ୍ପଷ୍ଟ ହୋଇପାରିନି । ଘଟଣାସ୍ଥଳରେ ଧଉଳି ଥାନା ପୁଲିସ୍ ତଦନ୍ତ ଜାରି ରଖିଛି ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି