ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ଦେୟ ବୃଦ୍ଧି ପ୍ରତିବାଦରେ ଦାବିପତ୍ର

ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ଦେୟ ବୃଦ୍ଧି ପ୍ରତିବାଦରେ ଦାବିପତ୍ର


ନରସିଂହପୁର (ଏନ.ଏମ) ନରସିଂହପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର ନାମଲେଖା ଦେୟ ବୃଦ୍ଧିକୁ ନେଇ ମହାବିଦ୍ୟାଳୟର ସଭାପତି ତଥା ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗୁରୁବାର ଏକ ଦାବି ପତ୍ର ନରସିଂହପୁର ହସିଲଦାର ଙ୍କ ନିକଟରେ ପ୍ରଦାନ କରାଯାଇଛି । କରୋନା କଟକଣା ରହିଥିବା ବେଳେ ବହୁ ଗରିବ ନିରୀହ ତଥା ଗ୍ରାମାଞ୍ଚଳର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ଯୋଗୁଁ ନାନା ବାଧାବିଘ୍ନ ଦେଇ ଛାତ୍ରଛାତ୍ରୀ ମାନେ ଗତି କରୁଛନ୍ତି । ଗତ ବର୍ଷ ରହିଥିବା ନାମଲେଖା ଦେୟ ଠାରୁ ଅଧିକ ୩ହଜାର ଟଙ୍କା ଦେୟ ବଢିଥିବା ଯୋଗୁଁ ଛାତ୍ରଛାତ୍ରିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଥି ସହିତ କରୋନାରେ ଏକାଧିକ ଛାତ୍ରଛାତ୍ରୀଙ୍କ ଅଭିଭାବକ ମୃତ୍ୟୁ ବରଣ କରିଛନ୍ତି । ତେଣୁ ୭ଦିନ ମଧ୍ୟରେ ନାମଲେଖା ଦେୟ ବୃଦ୍ଧିକୁ ବନ୍ଦ କରାଯିବା ସହିତ କରୋନା ରେ ଦିବ୍ୟଙ୍ଗତ ଅଭିଭାବକ ପରିବାରଙ୍କୁ ସହାୟତା ପ୍ରଦାନ ଦାବି କରି ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଆଲୋକ କୁମାର ଦେହୁରୀଙ୍କୁ ଏକ ଦାବି ପତ୍ର ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ତହସିଲଦାରଙ୍କ ଅନୁପସ୍ଥିତି ଯୋଗୁଁ ଉକ୍ତ ଦାବି ପତ୍ରଟି ତହସିଲର ମୁଖ୍ୟ ଲିପିକ ଜନାର୍ଦ୍ଦନ ପ୍ରଧାନ ଗ୍ରହଣ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *