ଯାଜପୁର କୋରେଇ ଟ୍ରେନ୍ ଦୁର୍ଘଟଣା: ୮ ଟ୍ରେନ୍ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ ; ମୃତକ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ ଓ ରାଜ୍ୟ ଦେବ ୨ଲକ୍ଷ ଟଙ୍କା

ଯାଜପୁର କୋରେଇ ଟ୍ରେନ୍ ଦୁର୍ଘଟଣା: ୮ ଟ୍ରେନ୍ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ ; ମୃତକ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ ଓ ରାଜ୍ୟ ଦେବ ୨ଲକ୍ଷ ଟଙ୍କା

ଯାଜପୁର କୋରେଇ ଟ୍ରେନ୍ ଦୁର୍ଘଟଣା: ୮ ଟ୍ରେନ୍ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ

ମୃତକ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ ଓ ରାଜ୍ୟ ଦେବ ୨ଲକ୍ଷ ଟଙ୍କା


ଯାଜପୁର/ଭୁବନେଶ୍ୱର(ଏନ୍‌.ଏମ୍‌.): ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇଚ୍ୟୁତ ହେବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିବା ସହ ୩ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି । ଦୁର୍ଘଟଣା ପରେ ସେହି ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହି ରୁଟ୍ ଦେଇ ଯିବାକୁ ଥିବା ୮ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ଏହା ସହ ୫ଟି ଟେନକୁ ଆଂଶିକ ବାତିଲ କରାଯାଇଥିବା ପୂର୍ବତଟ ରେଲୱେ ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ସକାଳ ପ୍ରାୟ ୬ଟା ୪୪ ମିନିଟରେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ଦ୍ରୁତଗତିରେ ଆସି ବିଶ୍ରାମାଗାର ଉପରକୁ ମାଡ଼ିଯାଇଥିଲା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହୁରି ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି । ଦୁର୍ଘଟଣା ଯୋଗୁଁ ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ମଧ୍ୟରେ ହାୱାଡ଼ା-ଭୁବନେଶ୍ୱର ଜନ ଶତାଦ୍ଦୀ ଏକ୍ସପ୍ରେସ, ହାୱାଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ,ସାଲିମାର-ପୁରୀ ଓ ପୁରୀ-ସାଲିମାର ଏକ୍ସପ୍ରେସ, ସାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ଓ ଭୁବନେଶ୍ୱର- ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ରହିଛି । ପୁନଶ୍ଚ ମାର୍ଗ ପରିବର୍ତ୍ତନ କରାଯାଇଥିବା ଟ୍ରେନ୍ ଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ-ସାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ, ପୁରୀ-ରିଷିକେଶ କଳିଙ୍ଗ ଏକ୍ସପ୍ରେସ, ବାଙ୍ଗାଲୋର-ସାନ୍ତ୍ରାଗାଚି ଏକ୍ସପ୍ରେସ୍‌, ତ୍ରିବେନ୍ଦ୍ରମ୍‌-ସାଲିମାର ଏକ୍ସପ୍ରେସ୍‌, ସିକନ୍ଦରାବାଦ-ହାୱଡା, ତିରୁପତି-ହାୱଡା ଏକ୍ସପ୍ରେସ, ବାଙ୍ଗାଲୋର-ହାୱଡା ଦୁରୋନ୍ତୋ ଏକ୍ସପ୍ରେସ, ବାଙ୍ଗାଲୋର-ହାୱଡା ଏକ୍ସପ୍ରେସ, ବାଙ୍ଗାଲୋର-ଯଶିଦିହ ଏକ୍ସପ୍ରେସ, ଚେନ୍ନାଇ-ସାନ୍ତ୍ରାଗାଚି ଏକ୍ସପ୍ରେସ, ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଓ ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ ରହିଛି । ତେବେ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ରେଷ୍ଟୋରେସନ୍ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ । ସମ୍ବଲପୁର ରୁଟ୍ ଦେଇ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଉଛି ବୋଲି ପୂର୍ବତଟ ରେଲୱେ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କହିଛନ୍ତି । ଏହି ଦୁର୍ଘଟଣାରେ ମୃତାହତଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନୁକମ୍ପା ମୂଳକ ରାଶି ଘୋଷଣା କରାଯାଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅନୁକମ୍ପା ରାଶି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତି ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଥିବା ବେଳେ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ମିଳିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଘୋଷଣା କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ