ମୟୁରଭଞ୍ଜ ଜିଲ୍ଲାରେ ଜଳୁଛି ଜଙ୍ଗଲ : ଆତଙ୍କିତ ଅଞ୍ଚଳବାସୀ

ମୟୁରଭଞ୍ଜ ଜିଲ୍ଲାରେ ଜଳୁଛି ଜଙ୍ଗଲ : ଆତଙ୍କିତ ଅଞ୍ଚଳବାସୀ

ମୟୁରଭଞ୍ଜ ଜିଲ୍ଲାରେ ଜଳୁଛି ଜଙ୍ଗଲ : ଆତଙ୍କିତ ଅଞ୍ଚଳବାସୀ


ବାରିପଦା(ଏନ୍‌.ଏମ୍‌.): ମୟୁରଭଞ୍ଜ ଜିଲ୍ଲାର ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ । ଗ୍ରୀଷ୍ମ ଋତୁ ଜଲଙ୍ଗରେ ନିଆଁ ଲାଗିଲାଣି ନିଆଁ । ନିଆଁ ବ୍ୟାପୁଥିବା ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ୧୮ ନମ୍ୱର ଜାତୀୟ ରାଜପଥର କୁଳିଅଣା ସ୍ଥିତ ଟୋଲ ପ୍ଲାଜା ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଆଜି ଲାଗିଥିବା ଦେଖିବାକୁ ମିଳିଛି । ତେବେ ଜଙ୍ଗଲରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ କୌଣସି ଦୁର୍ବୃତ୍ତ ଏହି ନିଆଁ ଲଗାଇଥିବା ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି । ତେବେ ନିଆଁ ଧିରେ ଧିରେ ଜଙ୍ଗଲର ବିଭିନ୍ନ ସ୍ଥାନକୁ ବ୍ୟାପିବାରେ ଲାଗିଛି । ଯାହାଫଳରେ ଗ୍ରାମ୍ୟ ଜଙ୍ଗଲରେ ଥିବା ବହୁ ଔଷଧୀୟ ଗୁଳ୍ମ ଲତା ଓ ଶରୀସୃପ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସେହି ରାସ୍ତା ଦେଇ ଜନସାଧାରଣ ଯାତାୟତ କରିବାକୁ ମଧ୍ୟ ଅସୁରକ୍ଷିତ ଭାବୁଛନ୍ତି । ଏପରିକି ନିଆଁ ଦେଖି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଲୋକ ଭୟଭୀତ ହୋଇ ପଡିଛନ୍ତି । ଖବର ପାଇ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୨୦୨୨ ମସିହାରେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିଲା । ଏହି ନିଆଁ ଯୋଗୁଁ ଜଙ୍ଗଲର ବ୍ୟାପକ୍ଷ କ୍ଷୟକ୍ଷତି ହୋଇଥିଲା । ଅସଂଖ୍ୟ ବନ୍ୟଜନ୍ତୁ ମୃତ୍ୟୁମୁଖରେ ପଡ଼ିଥିଲେ । ଏପରିକି ହେକ୍ଟର ହେକ୍ଟର ଜଙ୍ଗଲରେ ପ୍ରତିଦିନ ନିଆଁ ଲାଗିବା ଯୋଗୁଁ ଏହାକୁ ଆୟତ କରିବା କଷ୍ଟକର ହୋଇପଡ଼ିଥିଲା । ନିଆଁ ଲିଭାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଲିଭୁନଥିଲା । ଫଳରେ ବହୁ ଔଷଧୀୟ ଚାରା ଓ ଜୀବଜନ୍ତୁ ପୋଡ଼ି ଯାଇଥିବା ଜଣାପଡ଼ିଥିଲା । ତେବେ ଚଳିତ ବର୍ଷ ଏ ନିଆଁ କିଭଳି ତୁରନ୍ତ ଲିଭାଯିବ ସେ ନେଇ ବନବିଭାଗ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ