ମୃତ୍ୟୁଞ୍ଜୟ ଶତପଥିକୁ ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ ରଣେନ୍ଦ୍ରଙ୍କ ପୁଅ ଆଦିତ୍ୟ

#ଆଠଗଡ଼(ଏନ୍.ଏମ୍.): ଜଣେ ଗରିବ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପୁତ୍ରର ଚିକିତ୍ସା ନିମନ୍ତେ ସହାୟତାର ହାତ ବଢ଼ାଇଛନ୍ତି ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ । ଆଦିତ୍ୟ ବାପାଙ୍କ ଭଳି ଏବେ ଜନସେବାରେ ନିଜକୁ ସାମିଲ କରିଛନ୍ତି । ଅଞ୍ଚଳରେ କେଉଁଠି ଅସହାୟଙ୍କ ସମ୍ପର୍କରେ ସୂଚନା ପାଇବାକ୍ଷଣି ତାଙ୍କ ସୁଖ ଦୁଃଖରେ ଠିଆ ହେବା ସହ ସହାୟତାର ହାତ ବଢ଼ାଇ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆ ବ୍ଳକ, ଗଦାଧର ପୁର ପଞ୍ଚାୟତ ଅଧିନସ୍ଥ ମାନପୁର ଗ୍ରାମର ବିଜୟ କୁମାର ଶତପଥିଙ୍କ ପୁତ୍ର ମୃତ୍ୟୁଞ୍ଜୟ ଶତପଥି (୧୦) ଦିନକୁ ଦିନ ତାଙ୍କର ଗୋଡ଼ ବଙ୍କା ହେବାରେ ଲାଗିଛି । ତେବେ ବିଜୟ ଜଣେ ବାମନ ହୋଇଥିବାରୁ କେଉଁଠି କାମ କରିବା ସମ୍ଭବ ହୁଏ ନାହିଁ । ଫଳରେ ଟିୟୁସନ କରି ପରିବାର ଦୁଃଖେ କଷ୍ଟେ ପରିବାର ପୋଷଣ କରନ୍ତି । ଏଭଳି ଅଭାବ ପରିବାର ଉପରେ ସତେଯେମିତି ଚଡ଼କ ପଡ଼ିଯାଇଛି । ଏ ନେଇ ବିଜୟ ଅନେକ ଥର ମେଡିକାଲ ଯାଇ ନିରାଶ ହେବା ପରେ କିମ୍ସ ମେଡିକାଲର ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଡାକ୍ତରଙ୍କ କହିବାନୁସାରେ ଯଦି ଗୋଡ଼କୁ ଅପେରସନ କରନଯାଏ ତାହାଲେ ଭବିଷ୍ୟତରେ ପୁଅ ସବୁଦିନ ପାଇଁ ଚାଲିବା ଅସମ୍ଭବ ହୋଇପଡ଼ିବ । ତେଣୁ ଏହି ଅପରେସନ ପାଇଁ ୩ ରୁ ୪ ଲକ୍ଷ ଟଙ୍କାରୁ ଟଙ୍କା ଆବଶ୍ୟକ ଜାଣିବା ପରେ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଏହି ସମୟରେ ବିଭିନ୍ନ ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କରିବା ପାଇଁ ନିବେଦନ କରିଥିଲେ । ତେବେ ଆଦିତ୍ୟ ତାଙ୍କ ବିଷୟରେ ଜାଣିବା ପରେ ଆଜି ତାଙ୍କ ପରିବାରକୁ ଭେଟିଥିଲେ । ବିଜେଡ଼ି ଛାତ୍ର ସଭାପତି ହିମାଂଶୁ ଶେଖର ସ୍ୱାଇଁଙ୍କ ନେତୃତ୍ୱରେ ଶ୍ରୀ ସ୍ୱାଇଁ ବିଜୟଙ୍କ ପରିବାରକୁ ଭେଟି କିଛି ଅର୍ଥ ରାଶି ପ୍ରଦାନ କରିବା ସହ ଆଗକୁ ଚିକିତ୍ସା ପାଇଁ ଯଥା ସାଧ୍ୟ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଆଦିତ୍ୟଙ୍କ ଏଭଳି ଉଦାର ହୃଦୟ ପାଇଁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିବା ସହ ବାପ ଭଳି ପୁଅ ଜନସେବାରେ ନିଜକୁ ନିୟୋଜିତ କରିଥିବା କହିଛନ୍ତି ।