ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବୈଠକ ଡାକିଲେ ସରକାର

ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବୈଠକ ଡାକିଲେ ସରକାର

ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବୈଠକ ଡାକିଲେ ସରକାର


କଟକ (ଏନ୍‌.ଏମ୍‌.): ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦକୁ ସାଧାରଣରେ ଅସନ୍ତୋଷ ତେଜିବା ପରେ ସରକାର ବାଧ୍ୟ ହୋଇ ମୁଣ୍ଡ ନୁଆଁଇଛନ୍ତି । ଏହି ଘଟଣାରେ ସରକାର ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଛି । ମୁଖ୍ୟ ଶାସନ ସଚିବ ଓସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ବୈଠକ ପାଇଁ ଡକାଯାଇଛି । ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପରେ ପୂଜାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏମିତିକି ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ କଟକ ନଗର ବିଜେପି ବିରୋଧ କରିବା ପରେ ଏହାର ମୋଡ଼ ପରିବର୍ତ୍ତନ ହୋଇଛି । ବିଜେପିର ଅଭିଯୋଗ ଅନୁଯାୟୀ ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ପ୍ରେକ୍ଷାଳାୟ ଖୋଲିଥିବା ବେଳେ ପାର୍ବଣ ଉପରେ କଟକଣା ଲଗାଯିବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଇଛି । ସରକାରଙ୍କ ଏପରି କଟକଣା ପ୍ରତିବାଦରେ ଆସନ୍ତା ୧୩ ତାରିଖରେ ବିଜେପି କଟକ ସହର ବନ୍ଦ ପାଇଁ ଡାକରା ଦେଇଛି । ତେବେ ଜନଅସନ୍ତୋଷକୁ କାଳେ ବିଜେପି ପୁଞ୍ଜି କରି ରାଜନୀତି କରିବ ସେ ନେଇ ସରକାର ଏଭଳି ନିଷ୍ପତ୍ତି ନେଇଥିବା କଟକରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଆଜି ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ମଧ୍ୟ ବିଧାନ ସଭାରେ ମୂର୍ତ୍ତି ଉଚ୍ଚତା ଓ ପୂଜା କଟକଣା ସମ୍ପର୍କରେ ପ୍ରସଙ୍ଗ ଉଠାଇଥିଲେ । ଆଲୋଚନା ପରେ ଏନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କଟକର ବହୁ ପୂଜାକମିଟିର କର୍ମକର୍ତ୍ତା କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ