ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ
ଖଣିଜ ପାଣ୍ଠିରେ ଅଧିକ ଜୀବିକା ଓ ଦକ୍ଷତା ବିକାଶ ପ୍ରକଳ୍ପ ଉପରେ ବୋର୍ଡର ଗୁରୁତ୍ୱାରୋପ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଖଣିଜ ଉତ୍ପାଦନ କ୍ଷେତ୍ର ଉନ୍ନୟନ ନିଗମ (ଓମ୍ବାଡିସି)ର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଓଏମ୍ବିଏଡିସିର ୨୬ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ(ବୋର୍ଡ ଅଫ୍ ଡାଇରେକ୍ଟର୍ସ) ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ସତ୍ୟବ୍ରତ ସାହୁ ଆଭାସୀ ମାଧ୍ୟମରେ ଓ ପିସିସିଏଫ୍‌, ଓଡ଼ିଶା,ଏବଂ ଓମ୍ବାଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମସ୍ତ ସ୍ୱାଧୀନ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ । ଓଏମ୍ବିଏଡିସି ଏକ ପବ୍ଲିକ୍ ଲିମିଟେଡ୍ ସରକାରୀ ଅଣ ଲାଭଦାୟକ ସଂସ୍ଥା ଭାବେ ୨୦୧୪ ଡିସେମ୍ବର ୨ ତାରିଖରେ କମ୍ପାନି ଅଧିନିୟମ, ୨୦୧୩ର ଧାରା ୮ ଅଧୀନରେ ଅନ୍ତର୍ଭୁକ୍ତ ହୋଇଛି । ଉକ୍ତ କମ୍ପାନୀ ରାଜ୍ୟର ଖଣିଜ ସମ୍ପଦ ସମ୍ପନ୍ନ ଅଞ୍ଚଳରେ ଆଦିବାସୀ କଲ୍ୟାଣ ଏବଂ ଅଞ୍ଚଳ ବିକାଶ କାର୍ଯ୍ୟ ପାଇଁ ଗଠିତ ଏକ “ସ୍ପେଶାଲ ପର୍ପଜ୍ ଭେଇକିଲ’ (ଏସପିଭି) ଭାବେ କାର୍ଯ୍ୟରତ ବୋଲି ମତପ୍ରକାଶ ପାଇଛି ।
ବୋର୍ଡ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଓମ୍ବାଡିସି ବୋର୍ଡରେ ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଓଏମବିଏଡିସିର ସିଇଓ ଜି. ରାଜେଶ କର୍ପୋରେସନର ସଦ୍ୟତମ ଆର୍ôଥକ ସ୍ଥିତି ଉପସ୍ଥାପନ କରିଥିଲେ, ଯେଉଁଥିରେ ସଂଗୃହୀତ ମୋଟ ଜରିମାନା ରାଶି, ବିଭିନ୍ନ ଲାଇନ୍ ବିଭାଗକୁ ଅର୍ଥ ବଣ୍ଟନ ଏବଂ ବ୍ୟବହୃତ ପାଣ୍ଠିର ବିସ୍ତୃତ ବିବରଣୀ ଦିଆଯାଇଥିଲା । କ୍ଷତିପୂରଣ ଅର୍ଥ ଅଧୀନରେ ପାଣ୍ଠି ପ୍ରାପ୍ତ ପ୍ରକଳ୍ପଗୁଡ଼ିକର ସ୍ଥିତି ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବୈଠକରୁ ଜଣାଯାଇଛି ଯେ କ୍ଷତିପୂରଣ ଅର୍ଥ ପାଣ୍ଠି ଅଧୀନରେ ୨୦୧୯ ଏପ୍ରିଲ ମାସରେ ଅନୁଷ୍ଠିତ ୧୪ତମ ବୋର୍ଡ ବୈଠକରୁ ଆରମ୍ଭ କରି ଅଦ୍ୟାବଧି ବିଭିନ୍ନ ବୈଠକରେ ୧୭୯୧୬.୧୬ କୋଟି ଟଙ୍କାର ୫୪ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୧୮ଟି ବିଭିନ୍ନ ବିଭାଗ ଦ୍ୱାରା ଏହି ପ୍ରକଳ୍ପଗୁଡିକ ପ୍ରସ୍ତାବିତ ହୋଇଛି ଏବଂ ଅଧିକାଂଶ ଅନୁମୋଦିତ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ବିଭାଗଗୁଡ଼ିକ ଦିଆଯାଇଥିବା ମୋଟ ଅର୍ଥ ୯୭୩୭.୫୮ କୋଟି ଟଙ୍କାରୁ ଆଜି ସୁଦ୍ଧା ୭୨୨୩.୦୧ କୋଟି ଟଙ୍କା ସଫଳତାର ସହ ବ୍ୟବହାର କରିଛନ୍ତି । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପରିବେଶ ସୁରକ୍ଷା, ଗ୍ରାମୀଣ ରାସ୍ତାନିର୍ମାଣ ଏବଂ ଜଳ ସଂରକ୍ଷଣ ଭଳି କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରାଯାଇଛି । ପାନୀୟ ଜଳ କ୍ଷେତ୍ର ଅଧୀନରେ ଓଏମବିଏଡିସି ୪ଟି ଖଣି ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଯାଜପୁର ଏବଂ ଅନୁଗୁଳର ପଲ୍ଲହଡ଼ା ବ୍ଲକ ପାଇଁ ୩୦ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ କରିଥିବାବେଳେ ସେଥିମଧ୍ୟରୁ ୩ଟି ପ୍ରକଳ୍ପ ଆଂଶିକ କାର୍ଯ୍ୟକ୍ଷମ ହୋଇ ୧୨୭ଟି ଗାଁକୁ ଜଳ ଯୋଗାଣ ଆରମ୍ଭ କରିଛି । ମୟୂରଭଞ୍ଜ ଜିଲ୍ଲାର ୭୮୭ଟି ଗାଁରେ ୬୯୦ଟି ସିଙ୍ଗଲ ଓ ମଲ୍ଟି ଭିଲେଜ୍ ସ୍କିମ୍ ଏବଂ ୧୪ଟି ପୌରାଞ୍ଚଳ ପାଇଁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା ଆରମ୍ଭ ହୋଇଛି । ପାନୀୟ ଜଳ କ୍ଷେତ୍ରରେ ମୋଟ ନିବେଶ ୮୯୦୯ କୋଟି ଟଙ୍କା ରହିଛି । ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଭିତ୍ତିଭୂମି ବିକାଶ ଭଳି ଶିକ୍ଷା କ୍ଷେତ୍ର ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତା ଜାରି ରହିଛି । ଓଡ଼ିଶା ସରକାରଙ୍କ ‘୫-ଟି’ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ୩ଟି ପର୍ଯ୍ୟାୟରେ ୧୩୫୧ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ଓଏମବିଏଡିସିରେ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୫ ପ୍ରତିଶତ ବିଦ୍ୟାଳୟରେ କାର୍ଯ୍ୟ ଶେଷ ହୋଇଛି । ଆଜିର ବୈଠକରେ ଓଏମବିଏଡିସି ବୋର୍ଡ ଦ୍ୱାରା ୨୫୦ ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସେହିଭଳି ଗ୍ରାମୀଣ ଯୋଗାଯୋଗ କ୍ଷେତ୍ରରେ ପ୍ରାୟ ୭୦୦ କୋଟି ଟଙ୍କାର ସମାନ ନିବେଶ ରହିଛି ଯାହା ୨୪୯ଟି ସବୁଦିନିଆ ସଡ଼କ ଏବଂ ୨୫ଟି ସେତୁ ନିର୍ମାଣ ମାଧ୍ୟମରେ ସଂଯୋଗ ବିହୀନ ବସ୍ତିଗୁଡ଼ିକୁ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛି । ଅନୁମୋଦିତ ୨୦୯ଟି ରାସ୍ତା ମଧ୍ୟରୁ ୧୫୧ଟି କାମ ଶେଷ ହୋଇଥିବା ବେଳେ ୨୪ଟି ପୋଲ ମଧ୍ୟରୁ ୧୧ଟି କାମ ଶେଷ ହୋଇଛି ।
ବୈଠକରେ ୨୦୨୩ ମାର୍ଚ୍ଚ ଓ ଏପ୍ରିଲ ମାସ ପାଇଁ ଓଏମବିଏଡିସି ଅନୁଦାନପ୍ରାପ୍ତ ପକ୍କାଘର ଯୋଜନା (ଖଣି) ଯୋଜନା ଏବଂ ପ୍ରଭାବ ଆକଳନ ବିବରଣୀକୁ ମୁଖ୍ୟ ଶାସନ ସଚିବ ଉନ୍ନୋଚନ କରିଥିଲେ । ପ୍ରକଳ୍ପ ମୂଲ୍ୟାୟନ ସମ୍ବନ୍ଧୀୟ ଓଏମବିଏଡିସିର ପ୍ରୟାସକୁ ବୋର୍ଡ ପ୍ରଶଂସା କରିଛି ଏବଂ ଓଏମବିଏଡିସିର ଅଧ୍ୟକ୍ଷ ସମସ୍ତ ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ସମାନ ମୂଲ୍ୟାୟନ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଖୁବ୍ ଶୀଘ୍ର ସମ୍ପୃକ୍ତ ଅଂଚଳର ବିକାଶ ପାଇଁ ଅଧିକ ଜୀବିକାର୍ଜନ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଯୋଜନା ପ୍ରସ୍ତୁତ କରିବାକୁ ସଚିବ ଓ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହ ବୈଠକ ଡାକିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଓଏମବିଏଡିସି ପାଇଁ ଓଭରସାଇଟ୍ ଅଥରିଟି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.କେ ପଟ୍ଟନାୟକଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ସମ୍ପର୍କରେ ମଧ୍ୟ ବୋର୍ଡର ସୂଚନା ପାଇଁ ଉପସ୍ଥାପନ କରାଯାଇଥିଲା । ପ୍ରକାଶ ଥାଉକି, ଓଏମବିଏଡିସି ଦ୍ୱାରା ପ୍ରକଳ୍ପ ଆରମ୍ଭ ହେବାର ଗତ ୫ ବର୍ଷ ମଧ୍ୟରେ, ୨୦୨୨-୨୩ ଆର୍ôଥକ ବର୍ଷରେ ଓଏମବିଏଡିସି ଦ୍ୱାରା ବିଭିନ୍ନ ବିଭାଗଗୁଡ଼ିକୁ ରେକର୍ଡ ପରିମାଣରେ ୩୦୦୪.୨୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ଏବଂ ବିଭାଗଗୁଡ଼ିକ ଦ୍ୱାରା ସମୁଦାୟ ୨୬୬୭.୧୧ କୋଟି ଟଙ୍କା ବିନିଯୋଗ ହୋଇଛି । ୨୦୨୨-୨୩ ଆର୍ôଥକ ବର୍ଷରେ ଓଏମ୍ବିଏଡିସିର ପାଣ୍ଠି ପ୍ରଦାନ ପ୍ରକ୍ରିୟା ଶୃଙ୍ଖଳିତ ରହିଥିବା ଜଣାଯାଇଛି । ଚଳିତ ଆର୍ôଥକ ବର୍ଷ ଅର୍ଥାତ୍ ୨୦୨୩-୨୪ ପାଇଁ ପ୍ରସ୍ତାବିତ ବଜେଟ୍ ୪୫୩୪.୪୪ କୋଟି ଟଙ୍କା ରହିଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ