ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ନବୀନ, କହିଲେ ‘ମୁଁ ଫିଟ ଅଛି’

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ନବୀନ, କହିଲେ ‘ମୁଁ ଫିଟ ଅଛି’

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ନବୀନ, କହିଲେ ‘ମୁଁ ଫିଟ ଅଛି’


ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ରାଜନୀତିକ ଉଷ୍ମତା ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଆଜି ମୁଖ୍ୟମନ୍ତ୍ରୀ ନିଜେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଏକାମ୍ର ପ୍ରକଳ୍ପର ସମୀକ୍ଷା ଓ ଗଣମାଧ୍ୟମକୁ ଉଦ୍‌ବୋଧନ ଦେଇ ଏହି ଚର୍ଚ୍ଚାର ପରିସମାପ୍ତି ଘଟାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରକୁ ଆସିବା ଏବଂ ଚାଲିଚାଲି ମନ୍ଦିର ପରିଦର୍ଶନ କରିବା ନେଇ ନବୀନ ପ୍ରେମୀଙ୍କ ମଧ୍ୟରେ ପୁଣି ଉତ୍ସାହ ବୃଦ୍ଧି ପାଇଛି । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଶ୍ନ କରିବାରେ ଏହା ପରେ ମୁଖ୍ୟମନ୍ତ୍ରୀ ହସି ହସି କହିଥିଲେ ଯେ, “ଯେବେ ନିର୍ବାଚନ ଆସେ, ମୋ’ ସ୍ୱାସ୍ଥ୍ୟ ଭଲ ନଥିବା ନେଇ ଗୁଜବ କରାଯାଏ । କିନ୍ତୁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଭଲ ଅଛି ।”ରାଜ୍ୟବାସୀ ମଧ୍ୟ କୋଭିଡ କଟକଣା ପାଳନ କରି ସୁସ୍ଥ ରୁହନ୍ତୁ ବୋଲି ପରାମର୍ଶ ଦେଇଥିଲେ । ତେବେ ହାରିବା ଭୟରେ ବିରୋଧୀମାନେ ଏପରି ଗୁଜବ ପ୍ରଚାର କରୁଛନ୍ତି କି ପ୍ରଶ୍ନର ଜବାବରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଏବେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଅଧିକ କିଛି କହିବା ଉଚିତ ହେବନାହିଁ । କିନ୍ତୁ ଯେତେବେଳେ ଏମିତି ଗୁଜବ ପ୍ରଚାର ହୁଏ, ସେତେବେଳେ ବିଜେଡି ଭଲ କରିଥାଏ ।”ଅନ୍ୟପକ୍ଷରେ ଏହି ଗୁଜବ ପାଇଁ ବିଜେଡିକୁ ହିଁ ଦାୟୀ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ନେତା ଯତୀନ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଲେ ଯେ, ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଗୁଜବ ଉଠେ, ସେତେବେଳେ ବିଜେଡି ଭଲ କରେ । ତା’ର ଅର୍ଥ ହେଲା ଯେ ବିଜେଡି ଭଲ କରିବା ପାଇଁ ଗୁଜବ କରେ । ନିଜେ ଭୂତ ହୋଇ ଲାଗିବା ଓ ତାକୁ ନିଜେ ଗୁଣିଆ ହୋଇ ଛଡ଼ାଇବା ବିଜେଡିର କାମ । ନିର୍ବାଚନ ସମୟରେ ଲୋକଙ୍କ ସହାନୁଭୂତି ପାଇବା ପାଇଁ ବିଜେଡି ଗୁଜବ ସୃଷ୍ଟି କରେ । ଏ ନେଇ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ଏବେ ନିର୍ବାଚନ ଥିବାରୁ ଆମେ ଫିଲ୍ଡରେ ଅଛୁ । କାହିଁ ଆମେ ତ କିଛି ଗୁଜବ ଶୁଣିନୁ । ମୋତେ ଲାଗୁଛି ବିଜେଡି ଦିନକୁ ଦିନ ରସାତଳଗାମୀ ହେଉଛି । ଏ ଗୁଜବ ନିଜେ ବିଜେଡି କରିଛି । ଏହା ଏକ ରାଜନୀତିକ ପ୍ରଚାର । ଏ ଗୁଜବ ସେମାନେ ନିଜେ ତିଆରି କରି ନିଜେ କାଉଣ୍ଟର କଲେ । କାରଣ ଦଳକୁ ହାରିବା ଭୟ ଘାରିଛି । ଯଦି ଆଉ କିଏ ଗୁଜବ କରୁଛନ୍ତି, ତା’ହେଲେ ମୁଖ୍ୟମନ୍ତ୍ରୀ ସେମାନଙ୍କ ନାମରେ ଏଫ୍‌ଆଇଆର୍ କାହିଁକି ଦେଉ ନାହାନ୍ତି? ପୁଲିସ୍ କାହିଁକି ଏଫ୍‌ଆଇଆର କରୁ ନାହିଁ? ଏକ ରାଜ୍ୟର ମୁଖ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ସୃଷ୍ଟି କରିବା ମଧ୍ୟ ଏକ ଧର୍ତ୍ତବ୍ୟ ଅପରାଧ । ତେବେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ହେଉଥିଲା ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କ କହିବା ପରେ ଜଣାପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ