ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିମୁଣ୍ଡା ଗ୍ରୀଡ ସବଷ୍ଟେସନର ଲୋକାର୍ପଣ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିମୁଣ୍ଡା ଗ୍ରୀଡ ସବଷ୍ଟେସନର ଲୋକାର୍ପଣ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିମୁଣ୍ଡା ଗ୍ରୀଡ ସବଷ୍ଟେସନର ଲୋକାର୍ପଣ

News by Ananda Prasad Rout (Bhadrak)

#ଭଦ୍ରକ (ଏନ୍‌.ଏମ୍‌.): ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଂଗରଣ ନିଗମ ଲିମିଟେଡ଼ ଦ୍ୱାରା ନିର୍ମିତ ୨୨୦/୧୩୨/ ୩୩ କେଭି ଗ୍ରିଡ ବାଲିମୁଣ୍ଡା ଠାରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି । ଏଥିପାଇଁ ଚାଲିମୁଣ୍ଡା ଗ୍ରୀଡ଼ ନିକଟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ଯୋଜନାବୋର୍ଡ଼ ଅଧକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଓ.ପି.ଟି.ସି.ଏଲ୍ ର ନିର୍ଦ୍ଦେଶକ ଜୟରାମ ସାହୁ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଗ୍ରୀଡ଼ ସ୍ଥାପନ ପାଇଁ ସ୍ୱର୍ଗତ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅବଦାନକୁ ସ୍ମରଣ କରିବା ସହିତ ସ୍ଥାନୀୟ ଲୋକଙ୍କର ବହୁଦିନର ଦାବିକୁ ମୁଖ୍ୟମନ୍ତ୍ରୀ ପୂରଣ କରିଥିବା ଅତିଥିମାନେ ପ୍ରକାଶ କରିଥିଲେ । ନିକଟରେ ଧାମରା ବନ୍ଦର, ନିର୍ମାଣ ହେବାକୁ ଯାଉଥିବା ଏୟାର ଷ୍ଟୁପ, ଜାତୀୟ ରାଜପଥ ସହିତ ଉତ୍ତମ ସଡ଼କ ପଥର ଯୋଗାଯୋଗ ଏବଂ ଆଜି ଲୋକାର୍ପଣ ହୋଇଥିବା ଏହି ଗ୍ରୀଡ଼ ଏ ଅଞ୍ଚଳର ବିକାଶ ପାଇଁ ପ୍ରମୁଖ ଭୂମିକା ନେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଓପିଟିସିଏଲ୍ ଜି.ଏମ୍‌. ସୁବ୍ରତ କୁମାର ନାୟକ ତାଙ୍କ ବକ୍ତବ୍ୟରେ ଭଣ୍ଡାରିପୋଖରୀରେ ଏକ ନୂତନ ଗ୍ରୀଡ଼ ତିଆରି ହେବା ନେଇ ସୂଚନା ଦେଇଥିଲେ । ସୂଚନାଯୋଗ୍ୟକି ବାଲିମୁଣ୍ଡା, ଧାମରା ଠାରେ ୨୨୦/୧୩୨/୩୩ କେଭି ଗ୍ରୀଡ଼ ସବଷ୍ଟେସନ ଓ ତତ୍ ସଂଲଗ୍ନ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ୩୫ କି.ମି. ୨୨୦ କେଭି ଲାଇନ ନିର୍ମାଣ କାର୍ଯ୍ୟ ୨୦୧୮ ମସିହା ଜୁନ ୩୦ତାରିଖରୁ ଆରମ୍ଭ ହୋଇ ଚଳିତ ବର୍ଷ ଏପ୍ରିଲ ୧୩ତାରିଖରେ କାର୍ଯ୍ୟ ଶେଷ ହୋଇଥିଲା । ବର୍ତ୍ତମାନ ବିଦେଇପୁର ଓ ଧାମରା ଅଞ୍ଚଳକୁ ଏହି ଗ୍ରିଡ଼ରୁ ଶକ୍ତି ଯୋଗାଇ ଦିଆଯାଇଛି । ଏହି ପ୍ରୋଜେକ୍ଟର ବ୍ୟୟ ଅଟକଳ ୮୯.୫୮ କୋଟି ବୋଲି ସେ ସୂଚନା ଦେଇଛନ୍ତି । ତେବେ ବାସୁଦେବପୁର, ଧାମରା ତଥା ଏହାର ଆଖ ପାଖ ଅଞ୍ଚଳରେ ଲୋ ଭୋଲଟେଜ ଜନିତ ସମସ୍ୟାର ନିରାକରଣ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ