ମୁକ୍ତା ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚୌଦ୍ୱାରବାସୀଙ୍କ ନିବେଦନ

ମୁକ୍ତା ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚୌଦ୍ୱାରବାସୀଙ୍କ ନିବେଦନ

ମୁକ୍ତା ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚୌଦ୍ୱାରବାସୀଙ୍କ ନିବେଦନ


କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ବିକାଶ ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଭର୍ଚ୍ଚୁଆଲ ମୋର୍ଡ଼ରେ ଏକ ଆଲୋଚନା ହୋଇ ଯାଇଛି । ଦିବା ୧୧ ଘଟିକା ସମୟରେ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାରେ ଅଞ୍ଚର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗର ଶୁଣାଣୀ ହୋଇଥିଲା । ସମ୍ପ୍ରତି କୋଭିଡ ମହାମାରୀ ଯୋଗୁଁ ଚୌଦ୍ୱାର ପୌରାଞ୍ଚଳର ଜନସାଧାରଣଙ୍କ ଜୀବନଜୀବିକାକୁ ବହୁଳ ଭାବେ ପ୍ରଭାବିତ କରିଛି । ଜନ ସାଧାରଣଙ୍କ ଜୀବନ ରକ୍ଷା, ଜୀବିକା ଉପାର୍ଜନର ସୁଯୋଗ ସୃଷ୍ଟି କରିବା ସହିତ ଚୌଦ୍ୱାର ପୌରାଞ୍ଚଳର ୧୯ଗୋଟି ୱାର୍ଡର ଭତ୍ତିଭୂମି ବିକାଶ ନିମନ୍ତେ ଏକାଧିକ ଜନକଲ୍ୟାଣକାରି ପ୍ରକଳ୍ପ ଯଥା କ୍ଷୁଦ୍ର ପାର୍କ, ଜିମ୍‌, ପିଲାମାନଙ୍କ ପାଇଁ କ୍ରୀଡା ଉଦ୍ୟାନ, ପାଦଚଲା ରାସ୍ତା, ଜଳାଶୟ, ଖେଳ ପଡିଆ, ଶୌଚାଳୟ ଏବଂ ରାସ୍ତା କଡ ବିକ୍ରୟ ସ୍ଥଳୀ(ଭେଣ୍ଡିଂ ଜୋନ) ନିର୍ମାଣ ପାଇଁ ୨କୋଟି ୭୨ଲକ୍ଷ ଟଙ୍କାର ଆବଶ୍ୟକତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫ଟି ସଚିବ ଶ୍ରୀ ପାଣ୍ଡିଆନ୍‌ଙ୍କ ମାଧ୍ୟମରେ ନିବେଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କଟକ ଜିଲ୍ଲାପାଳ କାର୍ଯ୍ୟାଳୟର ଭିଡିଓ କନଫରେନ୍ସ ଗୃହ ଓ ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଭିଡିଓ କନଫରେନ୍ସ ଗୃହରେ ଅନୁଷ୍ଠିତ ହୋଇଥିଲା । ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ନେତୃତ୍ୱରେ ଚୌଦ୍ୱାର ପୌରାଞ୍ଚଳରେ ପୂର୍ବତନ ଉପାଧ୍ୟକ୍ଷ, ପୂର୍ବତନ କାଉନସିଲର ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ । ଅଭିଯୋଗ ଶୁଣିବା ପରେ ୫ଟି ସଚିବ ଭିଡିଓ କନଫରେନ୍ସରେ ମତାମତ ଗ୍ରହଣ କରି ଖୁବ୍ ଶିଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ କରାଯିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଚୌଦ୍ୱାର ପୌର ପାଳିକା ନିର୍ବାହୀ ଅଧିକାରୀ ପବିତ୍ର ମୋହନ ବେହେରା, ହିନ୍ଦ ସେବକ ସଂଘର ସଭାପତି ଦାମୋଦର ସାହୁ, ଚୌଦ୍ୱାର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଅଜୟ ବେହେରା, ପୂର୍ବତନ କାଇନସିଲର ବିଷ୍ଣୁ ଚରଣ ପରିଡା, ଶୁଭେନ୍ଦୁ ସାମଲ, କରୁଣାକର ସାହୁ, ଦିଲ୍ଲିପ କୁମାର ସାହୁ, ସବିତା ନାୟକ, ସୁବ୍ରତ ସାମଲ, ସୁପ୍ରଭା ବେହେରାଙ୍କ ସହ ପ୍ରଶାନ୍ତ ବରାଳ, ଅର୍ଜୁନ ପଣ୍ଡା, କବିତା ରାଣୀ ଲେଙ୍କା, ବିମଳ ବେଉରା, ଆଶୁତେଷ ଦାସ, ଜୟନ୍ତୀ ମିଶ୍ର, ବୀଣାପାଣି ଦାସ, ମମତା ଦାସ, ପ୍ରଭାତ ବେହେରା, ସିବାନୀ ମହାପାତ୍ର, କଳ୍ପନା ରାଉତ, ବିଜୟ ଦାସ, ଶ୍ରଧର ରାଉତ, ଗୌରବ ପରିଡା, ଅଶୋକ ଚନ୍ଦ୍ର ବାରିକ, ଅରୁଣ ନାୟକ, ଅନୁସୟା ପଟ୍ଟନାୟକ, ରାଜେଶ ସ୍ୱାଇଁ, ବିଭୁତି ଭୂଷଣ ବେହେରା, ଅବିନାଶ ଗଡନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି