ମୁକଳା ଡ୍ରେନକୁ ନେଇ ତେଜିଲା ଜନଅସନ୍ତୋଷ: ରାସ୍ତା ଖୋଳିଲେ, ଡ୍ରେନ ପୋତିବାକୁ ଭୁଲିଗଲେ

ମୁକଳା ଡ୍ରେନକୁ ନେଇ ତେଜିଲା ଜନଅସନ୍ତୋଷ: ରାସ୍ତା ଖୋଳିଲେ, ଡ୍ରେନ ପୋତିବାକୁ ଭୁଲିଗଲେ

ମୁକଳା ଡ୍ରେନକୁ ନେଇ ତେଜିଲା ଜନଅସନ୍ତୋଷ: ରାସ୍ତା ଖୋଳିଲେ, ଡ୍ରେନ ପୋତିବାକୁ ଭୁଲିଗଲେ
– ଦୁର୍ଗନ୍ଧରେ ଅଞ୍ଚଳବାସୀ ଡହଳବିକଳ
– ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲି ନୀତି
– ଠିକାଦରଙ୍କ ଲାଇସେନ୍ସ ବାତିଲ ପାଇଁ ଦାବି

News by Dillip Kumar Muduli (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗାଙ୍ଗୋତ୍ରୀ ନଗର ରୋଡ ନଂ-୩ରେ ମୁକୁଳା ଡ୍ରେନ ଯୋଗୁଁ ସାଧାରଣ ଲୋକ, ପଶୁପକ୍ଷୀ, ମୁକୁଳା ଡ୍ରେନରେ ପଡି ଆହତ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ନିିର୍ଦ୍ଦିଷ୍ଟ ଠିକାଦାର(ଗ୍ରାମ୍ୟ ଉନ୍ନୟନ) ବିଭାଗର ଡ୍ରେନ ସଫା ପାଇଁ କାର୍ଯ୍ୟ ମିଳିଥିବାରୁ ନିମ୍ନମାନର କାମ କରି ମାର୍ଚ୍ଚ ୩୧ ପୂର୍ବରୁ ଫଲସ୍ ବିଲ୍ କରି ନେଇଯିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର କରୁଥିବା ଅଭିଯୋଗ ଉଠିଛି । ଗାଙ୍ଗୋତ୍ରୀ ନଗର ରୋଡ୍ ନଂ-୩ରେ ଅଧିକାଂଶ ଡ୍ରେନ ମୁକୁଳା ପଡିଛି । ଡ୍ରେନର ସ୍ଲାବ ଆଗରୁ ଥିଲେ ମଧ୍ୟ ଠିକଦାରଙ୍କ ଖାମଖିଆଲି ନୀତି ପାଇଁ ଡ୍ରେନକୁ ମୁକୁଳା ପକାଇ ଦେଇଛନ୍ତି । ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରିବାକୁ କେହି ନାହିଁ । ନିମ୍ନମାନର କାମ ହୋଇଥିବାରୁ ଭିଜିଲାନ୍ସ ତଦନ୍ତ ସାଧାରଣରେ ଦାବି ହୋଇଛି । ସରକାର ମୁକୁଳା ଡ୍ରେନକୁ ବନ୍ଦ କରିବା ପାଇଁ ଏବଂ ସଫା କରିବା ପାଇଁ ତତ୍ପର ପ୍ରକାଶ କରୁଥିବାବେଳେ ଅତୀତରେ ମୁକୁଳା ଡ୍ରେନ ପାଇଁ ଅନେକ ନିରୀହ ଜୀବନ ଚାଲିଯାଇଥିଲେ ମଧ୍ୟ ସ୍ଥାନୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ସାଧାରଣଲୋକଙ୍କ ଜୀବନ ବାଜି ଲାଗିଛି ।
ପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ହେଲାଣି ଡ୍ରେନ ମୁକୁଳା ପଡିଛି । ବହୁ ଲୋକ ପଡି ଆହତ ହେଉଛନ୍ତି ଏବଂ ଶସ୍ତା କାମ ହୋଇଥିବା ପରିଲିକ୍ଷିତ ହେଉଛି । ସାଧାରଣରେ ପ୍ରଶ୍ନ ଏଇଠି କହିବେ କାହାକୁ ଶୁଣିବ କିଏ । ନିକଟରେ କିଛି ସ୍କୁଲ ପିଲା ସାଇକେଲରେ ଆସୁଥିବାବେଳେ ମୁକୁଳା ଡ୍ରେନ ପାଇଁ ସାଇକେଲ ଚକା ଡ୍ରେନ ଭିତରେ ପଶିଯାଇଥିଲା ଏବଂ ସେ ପିଲା ଗୁରୁତ୍ୱର ଭାବେ ଆହତ ହୋଇଥିଲେ । ସେହିଭଳି ଏକ ଷଣ୍ଢ ଡ୍ରେନ ଭିତରେ ଗଳିପଡିଥିବାରୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା । ଏମିତି ପ୍ରତ୍ୟେକ ଦିନ ନାନାପ୍ରକାର ଅସୁବିଧା ହେବାର ପରିଲକ୍ଷିତ ହେଉଛି । ଗତ କିଛି ଦିନ ତଳେ ବିଦ୍ୟୁତ୍ ସରବରାହ କଟିଯାଇଥିବାରୁ ଚାଲିଯାଉଥିବା ଲୋକ ମୁକୁଳା ଡ୍ରେନରେ ଗଳିପଡିଥିଲେ । ଏବଂ ତାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗି ଗୁରୁତ୍ୱର ହୋଇ ପଡ଼ିଥିଲେ । ଅନ୍ଧ ଲୋକ ଡ୍ରେନ ଭିତରେ ପଡିଯାଇଥିଲେ । ତେବେ ଠିକାଦାରଙ୍କ ବେପରୁଆ ନୀତି ଯୋଗୁଁ ଅଞ୍ଚଳରେ ବହୁ ଧନଜୀବନ କ୍ଷତି ହେଉଛି । ତେଣୁ ଉକ୍ତ ଠିକଦାରଙ୍କ ଲାଇସେନ୍ସକୁ ତୁରନ୍ତ ବାତିଲ କରାଯାଇ ତାଙ୍କୁ କଳାତାଲିକାଭୁକ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଥିବାବେଳେ ତୁରନ୍ତ ବିଭାଗୀୟ କର୍ତ୍ତୁପକ୍ଷ ମୁକୁଳା ଡ୍ରେନକୁ ପୋତିବା ପାଇଁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ