ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ

ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ

ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ


ନୂଆଦିଲ୍ଲୀ (ଏଜେନ୍ସି): ବିଭିନ୍ନ କ୍ରିକେଟରଙ୍କୁ ଜାତୀୟ ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ବିସିସିଆଇ । ବରିଷ୍ଠ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଗତ ୨୨ ବର୍ଷ ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଖେଳୁଥିବା ମିତାଲି ରାଜ୍‌ଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ସୁପାରିସ କରାଯାଇଛି । ପୁଣି ୩ ଆନ୍ତର୍ଜାତିକ କ୍ରିକେଟର ଶିଖର ଧାୱନ, କେ.ଏଲ୍‌. ରାହୁଲ ଓ ଯଶପ୍ରୀତ ବୁମରାଙ୍କ ନାମ ଅର୍ଜୁନ ପୁରସ୍କାର ଲାଗି ବିସିସିଆଇ ସୁପାରିସ କରିଛି । ତେବେ ଗତବର୍ଷ ଅପ୍ରତ୍ୟାଶିତ ଭାବେ ୫ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବା ପରେ ଏଥର ଉକ୍ତ ପୁରସ୍କାର ଲାଗି ସୁପାରିସ ତାଲିକା ଲମ୍ବିବାରେ ଲାଗିଛି । ଅଶ୍ୱିନ୍ ଭାରତୀୟ ଦଳର ନିୟମିତ ସଦସ୍ୟ ଏବଂ ନିୟମିତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ପିନର ଅଶ୍ୱିନ ୭୯ଟି ଟେଷ୍ଟମ୍ୟାଚରୁ ୪୧୩ଟି ୱିକେଟ ନେଇଛନ୍ତି । ପୁଣି ୧୫୦ ଦିନିକିଆ ଓ ୪୨ ଟ୍ୱେଣ୍ଟି୨୦ ୱିକେଟ ନେଇଛନ୍ତି । ସେହିଭଳି ୩୮ ବର୍ଷିୟା ମିତାଲି ରାଜ୍ ବିଶ୍ୱର ପ୍ରଥମ ମହିଳା ଭାବେ ୨୨ ବର୍ଷ ଆନ୍ତର୍ଜାତିକ କ୍ରିକେଟ୍ ଖେଳିଛନ୍ତି । ସେ ସମସ୍ତ ବର୍ଗର କ୍ରିକେଟରେ ଭାରତର ପ୍ରତିିନିଧିତ୍ୱ କରିଛନ୍ତି । ମିତାଲି ୨୧୫ ଦିନିକିଆରୁ ୭୧୭୦ ରନ୍ କରିଛନ୍ତି । ସେ ୧୧ ଟେଷ୍ଟରୁ ୬୬୯ ଓ ୮୯ଟି ଟ୍ୱେଣ୍ଟି୨୦ ମ୍ୟାଚରୁ ୨୩୬୪ ରନ୍ କରିଛନ୍ତି । ମାତ୍ର ୧୯ ବର୍ଷ ବୟସରେ ମିତାଲି ଟେଷ୍ଟ କ୍ରିକେଟରେ ଦ୍ୱିଶତକ ମାରିବାରେ ସର୍ବକନିଷ୍ଠା ମହିଳା କ୍ରିକେଟର । ଶିଖର ଧାୱନ, କେ.ଏଲ୍‌. ରାହୁଲ ଓ ଯଶପ୍ରୀତ ବୁମରା ମଧ୍ୟ ଭାରତୀୟ କ୍ରିକେଟର ପ୍ରତିଷ୍ଠିତ ନାମ ଏବଂ ଦେଶକୁ ଏକାଧିକ ମ୍ୟାଚ୍ ଜିତାଇଛନ୍ତି । ତେଣୁ ବିସିସିଆଇ ଏହି କ୍ରୀଡ଼ାବିତମାନଙ୍କୁ ପୁରସ୍କାର ପାଇଁ ସୁପାରିଶ କରିଥିବା ଜଣାପଡ଼ିଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ