ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ

ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ

ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ

News by Allhad Kumar Mohanty (Kendrapada)

#କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କିଛିଦିନ ବ୍ୟବଧାନ ପରେ ମାର୍ଶାଘାଇ ଥାନା ଅଞ୍ଚଳରେ ପୁଣି ଗୁଳି ଫୁଟିଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଗତସିଂପୁର ଜିଲ୍ଲା ତଥା ଏହି ଥାନା ଅଧୀନ ମାହିରା ଗ୍ରାମର ଶକ୍ତି ଚନ୍ଦନ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ଶକ୍ତିଙ୍କ ପେଟରେ ବାଜିଛି । ତାଙ୍କୁ ମାର୍ଶାଘାଇ ଡାକ୍ତରଖାନା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମାର୍ଶାଘାଇ ପୁଲିସ ଘଟଣା ଉପରେ କଡ଼ା ନଜର ରଖିଛି । ସୂଚନା ଅନୁଯାୟୀ ଶକ୍ତି ଜଣେ ଠିକାଦାରଙ୍କ ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ତେବେ ଆଜି ଶକ୍ତି ବଡ଼ପାଳ ନିକଟ ମଙ୍ଗଳାଛକ ରେଲୱେ ଓଭରବ୍ରିଜ ପାଖରେ ଯାଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୋଟିଏ ରାଉଣ୍ଡ ଗୁଳି କରିଥିଲେ । ପ୍ରକାଶ ଥାଉକି ଚଳିତ ବର୍ଷ ମେ ୩୧ତାରିଖରେ ମାର୍ଶାଘାଇ ଅଞ୍ଚଳର ବିଭୁ ଓରଫ ପ୍ରତାପ ସାହୁଙ୍କୁ କେତେଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିଲେ । ପରେ ସେମାନେ ବିଭୁକୁ ମହାକାଳପଡ଼ା ଅଞ୍ଚଳରେ ହତ୍ୟା କରି ଯାଜପୁର ଜିଲ୍ଲାର ଟମକା ଥାନା ଅଞ୍ଚଳର କାଜୁ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ପୁଲିସକୁ ସଫଳତା ମଳିଥିଲା ଓ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣା ପରେ କେନ୍ଦ୍ରାପଡ଼ା ଅଞ୍ଚଳରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି । ଆଜିର ଘଟଣା ଦାଦାବଟିକୁ କେନ୍ଦ୍ରକରି ହୋଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ସତ୍ୟାସତ୍ୟ ଜଣାପଡ଼ି ନାହିଁ । ମାର୍ଶାଘାଇ ପୁଲିସ ତଦନ୍ତ ଜାରି ରଖିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ