ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା

ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା

ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦଯାପନ କାର୍ଯ୍ୟକ୍ରମ ପାଇଁ ଶୋଭାଯାତ୍ରା

News by Aditya Kumar Paital (Baranga)

#ବାରଙ୍ଗ(ଏନ୍‌.ଏମ୍‌.): ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ବିପ୍ଳବୀ ଯୋଦ୍ଧା, ଅଗ୍ରଣୀ ମାର୍କ୍ସବାଦୀ ଚିନ୍ତାନାୟକ, ସର୍ବହରାର ମହାନ ନେତା କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉଦ୍‌ଯାପନ ଉପଲକ୍ଷେ କଲିକତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ହେବାକୁ ଥିବା ସର୍ବଭାରତୀୟ ବିଶାଳ ଜନସଭାକୁ ସଫଳ କରିବାକୁ ବାରଙ୍ଗ ଏସୟୁସିଆଇସି ପକ୍ଷରୁ ନିବେଦନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାରଙ୍ଗ ମଙ୍ଗଳା ଛକ ଠାରୁ କାଳି ପଡିଆ ଛକ ପର୍ଯ୍ୟନ୍ତ ଏସୟୁସିଆଇ(ସି) ପକ୍ଷରୁ ଏକ ଶୋଭାଯାତ୍ରା ପରିକ୍ରମା କରିଥିଲା । ସୂଚନା ଯୋଗ୍ୟ ଆସନ୍ତା ଅଗଷ୍ଟ ୫ ତାରିଖ କଲିକତାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ଲକ୍ଷାଧିକ ଶିବଦାସ ଘୋଷଙ୍କ ଅନୁଗାମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏହି କାର୍ଯ୍ୟକ୍ରମରେ ବାରଙ୍ଗ ଅଞ୍ଚଳରୁ ୩୦୦ରୁ ଉର୍ଦ୍ଧ୍ୱ ଜନଗଣ ଯୋଗଦେବେ । କଟକ ଜିଲ୍ଲାରୁ ସହସ୍ରାଧିକ ଜନଗଣ ଯୋଗ ଦେବେ । ପୁରୀରୁ କଲିକତା ଅଭିମୂଖେ ଏସୟୁସିଆଇ(ସି) ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଜନଗଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେହିଭଳି ସମ୍ବଲପୁରରୁ ଏକ ସ୍ୱତନ୍ତ୍ର ଟ୍ରେନ ଓ ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ବସ ଯୋଗେ ଓଡିଶାର ଜନଗଣ ଏହି ମହା ସମାବେଶରେ ଯୋଗ ଦେବେ । ଏସୟୁସିଆଇ(ସି)ର ସାଧାରଣ ସମ୍ପାଦକ ପ୍ରଭାଷ ଘୋଷ ମୁଖ୍ୟବକ୍ତା ଭାବେ ଏହି ମହା ସମାବେଶରେ ନିଜର ବକ୍ତବ୍ୟ ଦେବେ । ବାରଙ୍ଗ ଠାରେ ଅନୁଷ୍ଠିତ ଏହି ପ୍ରଚାର ଶୋଭାଯାତ୍ରାରେ ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ସମ୍ପାଦିକା ଟିକା ସାମଲ, ସିଦ୍ଧାର୍ଥ ରଥ, ଅଶୋକ ବେହେରା, ଅଭିରାମ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ପ୍ରମୂଖ ନେତୃତ୍ୱ ନେଇଥିଲେ । କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ କାର୍ଯ୍ୟକ୍ରମକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଦେଇ ସଫଳ କରିବାକୁ ଏସୟୁସିଆଇ(ସି) ପକ୍ଷରୁ ନିବେଦନ କରାଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ