ମାଟ୍ରିକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା : ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ କଲେ ଫର୍ମ ପୂରଣ

ମାଟ୍ରିକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା : ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ କଲେ ଫର୍ମ ପୂରଣ

ମାଟ୍ରିକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା : ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ କଲେ ଫର୍ମ ପୂରଣ


କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଅଫଲାଇନରେ ପରୀକ୍ଷା ଦେବେ । ଏଥିଲାଗି ଫର୍ମପୂରଣ କରିଛନ୍ତି । ଚଳିତ ବର୍ଷ ଅଫଲାଇନରେ ବାର୍ଷିକ ପରୀକ୍ଷା ଲାଗି ମୋଟ ୬ ହଜାର ୫୯୬ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅଫଲାଇନ ପରୀକ୍ଷା ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ମାଟ୍ରିକ ପରୀକ୍ଷାରେ ରେଗୁଲାରରେ ଇନପ୍ରୁଭମେଣ୍ଟ ଲାଗି ୨୨୨୪ ଜଣ ଛାତ୍ରଛାତ୍ରୀ ଫର୍ମପୂଣ କରିଥିବା ବେଳେ ରେଗୁଲାର ଫ୍ରେସ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୯୬ ଜଣ ଏବଂ ଏକ୍ସ ରେଗୁଲାର ୧୮୭୨ଜଣ ଫର୍ମପୂରଣ କରିଛନ୍ତି । ସେହିପରି ଅଫଲାଇନ ପତ୍ରବିନିମୟ କୋର୍ସର ମୋଟ ୮୪୯୩ ଜଣ ଫର୍ମ ପୂଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ରେଗୁଲାର ଲାଗି ୨୨୫୫ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବାବେଳେ ଏକ୍ସ ରେଗୁଲାରରେ ୨୯ଜଣ ଫର୍ମ ପୂରଣ କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ମୁକ୍ତ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା ଲାଗି ଫ୍ରେସର ୭୧୬୦ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ବ୍ୟାକରେ ୧୩୩୩ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି । ଅଫଲାଇନ ମଧ୍ୟମା କୋର୍ସରେ ୬୬ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ରେଗୁଲାର ୫୪ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ଏକ୍ସରେଗୁଲାରରେ ୧୨ଜଣ ଫର୍ମ ପୂରଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତବର୍ଷ କରୋନା ଯୋଗୁ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯାଇଥିଲା । ନବମ ଶ୍ରେଣୀର ଷାଣ୍ମାସିକ ଏବଂ ବାର୍ଷିକର ୪୦ ପ୍ରତିଶତ ଏବଂ ଦଶମ ଶ୍ରେଣୀରେ ହୋଇଥିବା ୩ଟି ପ୍ରିଟେଷ୍ଟ ପରୀକ୍ଷାର ୬୦ ପ୍ରତିଶତ ମାର୍କକୁ ମୂଲ୍ୟାୟନ ଲାଗି ଆଧାର କରାଯିବାକୁ କୁହାଯାଇଥିଲା । ଏଥସହ ଗ୍ରେଡେସନ ପ୍ରଦାନ କ୍ଷେତ୍ରରେ ପ୍ରତି ସ୍କୁଲର ୪ ବର୍ଷର ବୋର୍ଡ ପରୀକ୍ଷା ଫଳ ଅର୍ଥାତ ୨୦୧୭, ୨୦୧୮, ୨୦୧୯ ଏବଂ ୨୦୨୦ବର୍ଷ ପରୀକ୍ଷା ଫଳକୁ ଗୁରୁତ୍ୱ ଦିଆଯିବ । ତେଣୁ ଯଦି ମାର୍କ ପ୍ରଦାନ ସୟମରେ କୌଣସି ଦ୍ୱନ୍ଦ ଦେଖାଯାଏ ତେବେ ଉକ୍ତ ୪ବର୍ଷର ଏକାଡେମିକ ପରୀକ୍ଷାଫଳ, ନବମ ଏବଂ ଦଶମ ଶ୍ରେଣୀରେ ହୋଇଥିବା ପରୀକ୍ଷାଫଳ ଅନୁଯାୟୀ ମୂଲ୍ୟାଙ୍କନ କରାଯିବା ପୂର୍ବରୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ସେହି ଅନୁଯାୟୀ ମୂଲ୍ୟାଙ୍କନ କରାଯାଇ ଗତ ୨୫ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ବୋର୍ଡ ପକ୍ଷରୁ ପ୍ରକାଶ ପାଇଥିଲା । ଚଳିତ ବର୍ଷ ପୂର୍ବ ବର୍ଷଗୁଡିକ ଠାରୁ ପାସ ହାର ବୃଦ୍ଧି ପାଇଥିଲା । ରେଗୁଲାର, ଏକ୍ସ ରେଗୁଲାର ଓ ପତ୍ରବିନିମୟ ପାଠ୍ୟକ୍ରମରେ ମୋଟ ପାସ ହାର ୯୬.୭୩ ପ୍ରତିଶତ ରହିଥିବାବେଳେ ରେଗୁଲାର ପାଠ୍ୟକ୍ରମରେ ପାସ ହାର ୯୭.୮୯ ପ୍ରତିଶତ ରହିଥିଲା । ହେଲେ ବହୁ ସ୍କୁଲ ପରୀକ୍ଷା ଫଳକୁ ନେଇ ସନ୍ତୁଷ୍ଟ ନଥିବା ଜଣାପଡିଥିଲା । ଯେଉଁମାନେ ଅସନ୍ତୁଷ୍ଟ ରହିଥିଲେ ସେମାନଙ୍କ ଲାଗି ଅଫଲାଇନରେ ପରୀକ୍ଷା ଲାଗି ବୋର୍ଡ ନିଷ୍ପତ୍ତି ଗ୍ରହଣ କରିଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି