ମାଚ୍ୟୁରିଟି ଅର୍ଥ ଫେରସ୍ତ ନପାଇବାରୁ ସାହାରା କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଜମାକର୍ତ୍ତା

ମାଚ୍ୟୁରିଟି ଅର୍ଥ ଫେରସ୍ତ ନପାଇବାରୁ ସାହାରା କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଜମାକର୍ତ୍ତା

ମାଚ୍ୟୁରିଟି ଅର୍ଥ ଫେରସ୍ତ ନପାଇବାରୁ ସାହାରା କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଜମାକର୍ତ୍ତା


କଟକ(ଏନ୍‌.ଏମ୍‌.): ସାହାରା ଇଣ୍ଡିଆ କମ୍ପାନୀରେ ଅର୍ଥ ନିବେଶ କରିବା ଜମାକର୍ତ୍ତାମାନଙ୍କ ଅସନ୍ତୋଷ ଦିନକୁ ଦିନ ତିବ୍ରତର ହେବାରେ ଲାଗିଛି । ଦୀର୍ଘ ଦିନ ଧରି ଜମାକର୍ତ୍ତାଙ୍କ (ମାଚ୍ୟୁରିଟି)ଅବଧି ଶେଷ ହୋଇଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ଟଙ୍କା ଫେରସ୍ତ ଦିଆଯାଉନଥିବା ଅଭିଯୋଗ ହୋଇଥିଲା । ଏ ନେଇ ଜମାକର୍ତ୍ତାମାନେ ବାରମ୍ବାର ସାହାରା କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡ଼ୁଥିଲା । ତେବେ କମ୍ପାନୀ ପକ୍ଷରୁ ଅବଧି ଶେଷ ହୋଇଥିବା ଜମାକର୍ତ୍ତାଙ୍କ ଅର୍ଥ ପଇଠ କରାଯାଉନଥିବାବେଳେ ନୂଆ ନୂଆ ଗ୍ରାହକ ସୃଷ୍ଟି କରି ସଂସ୍ଥା ଲୁଟୁଥିବା ସାହାରା ଜମାକର୍ତ୍ତା ସୁରକ୍ଷାମଞ୍ଚ ଅଭିଯୋଗ କରିଥିଲା । ତେବେ ଆଜି ସ୍ଥାନୀୟ ଚଣ୍ଡିଛକସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ଜମାକର୍ତ୍ତାମାନେ ପହଞ୍ôଚ ମାଚ୍ୟୁରିଟି ଅର୍ଥ ଫେରସ୍ତ ପାଇଁ ଦାବି କରିଥିଲେ । ତେବେ ଶାଖା କର୍ତ୍ତୃପକ୍ଷଙ୍କ ଟାଳଟୂଳ ନୀତି ଯୋଗୁଁ ଜମାକର୍ତ୍ତାମାନେ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାଳୟରେ ହୋହାଲା କରିଥିଲେ । ଏଥି ସହିତ ଜମାକର୍ତ୍ତାମାନେ ଏ ନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଶାଖା ପକ୍ଷରୁ ଜମାକର୍ତ୍ତାଙ୍କ ସହିତ ଥାନାରେ ଆଲୋଚନା କରାଯାଇ ଆସନ୍ତା ୭ଦିନ ମଧ୍ୟରେ ସାହାରା ଆଞ୍ଚଳିକ ପରିଚାଳକ ଆସି ଜମାକର୍ତ୍ତାଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଜମାକର୍ତ୍ତାମାନେ ଘରକୁ ଫେରିଥିଲେ । ତେବେ ସାହାରା କମ୍ପାନୀ ସାରା ଦେଶରେ ଲକ୍ଷାଧିକ ଗରିବ ଲୋକଙ୍କୁ ଅଧିକ ସୁଧ ଦେବାର ପ୍ରତିଶ୍ରୁତି ଦେଇ ଅର୍ଥ ନେଇଥିବାବେଳେ ମାଚ୍ୟୁରିଟି ହୋଇଥିବା ଜମାକାରୀଙ୍କୁ ଦୀର୍ଘ ବର୍ଷ ଧରି ଅର୍ଥ ଫେରସ୍ତ କରୁନାହିଁ । ଫଳରେ ଲୋକେ ନିଜର ଝିଅ ବାହାଘର, ପୁଅ ପାଠପଢ଼ା କିମ୍ବା ଘର ଦ୍ୱାର ତିଆରି କରିବା ଉଦ୍ଦେଶ୍ୟରେ ପେଟରୁ କାଟି ସଞ୍ଚୟ କରିଥିବା ଅର୍ଥକୁ ସାହାରା ଆତ୍ମସାତ କରିଥିବା ମଞ୍ଚ ପକ୍ଷରୁ କୁହାଯାଇଛି । ତେବେ ଏ ନେଇ ସରକାର ଓ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜମାକର୍ତ୍ତାମାନେ ଦାବି କରିଛନ୍ତି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ