ମାଓ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ

ମାଓ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ

ମାଓ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ
ଭୁବନେଶ୍ୱର (ଏନ୍‌.ଏମ୍‌.): ମାଓବାଦୀ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ବଡ଼ ସଫଳତା ମିଳିଛି । ପୁଲିସ ଏନକାଉଣ୍ଟରରେ ଜଣେ ସିନିୟର କ୍ୟାଡର ମାଓବାଦୀ ନିହତ ହୋଇଛି । ଏ ନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି । ଡିଜିପିଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ରାଜ୍ୟ ପୁଲିସରଏକ ମିଳିତ ଟିମ୍ ଉପରକୁ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ଏହା ପରେ ପୁଲିସ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା । ଏଥିରେ ଜଣେ ସିନିୟର କ୍ୟାଡର ମାଓବାଦୀ ନିହତ ହୋଇଛି । ଘଟଣାସ୍ଥଳର ଗୋଟିଏ ଏକେ ୪୭ ବନ୍ଧୁକ ସହିତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ଏହା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ ମାଓବାଦୀମାନଙ୍କୁ କହିଛନ୍ତି । ଡିଜିପି କହିଛନ୍ତି, ମାଓବାଦୀମାନେ ହିଂସାର ମାର୍ଗ ଛାଡ଼ି ଭାରତୀୟ ଗଣତନ୍ତ୍ରର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ । ସେମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଏକ ଉଦାର ଥଇଥାନ ନୀତି ରହିଛି । ସେମାନେ ଏହାର ଉପଯୋଗ କରନ୍ତୁ ।
ଆଇଜି (ଅପରେସନ) ଅମିତାଭ ଠାକୁର କହିଛନ୍ତି ଯେ, ନିହତ ମାଓବାଦୀର ନାଁ ରବୀନ୍ଦ୍ର । ସେ ଡିସିଏମ ରାଙ୍କର ଥିଲା । ତା’ ଉପରେ ୫ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା । ଏନକାଉଣ୍ଟର ସ୍ଥଳରେ ୧୦ରୁ ୧୨ ମାଓବାଦୀ ଉପସ୍ଥିତ ଥିଲେ । ସେମାନେ ଛତିଶଗଡ଼ରୁ ବରଗଡ଼କୁ ପ୍ରବେଶ କରିଥିଲେ । ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ପୁଲିସ ପକ୍ଷରୁ ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ୩୦ ମିନିଟ ଧରି ଏନକାଉଣ୍ଟର ଚାଲିଥିଲା ଓ ଏଥିରେ ରବୀନ୍ଦ୍ରର ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ମାଓବାଦୀ ବରଗଡ଼-ବଲାଙ୍ଗୀର ମହାସମୁନ୍ଦ ଡିଭିଜନର । ଛତ୍ରଭଙ୍ଗ ଦେଇଥିବା ମାଓବାଦୀଙ୍କ ପିଛା କରାଯାଉଛି ବୋଲି ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ