ମହିଳା ଥାନାରେ ଅଭିଯୋଗ: ପତ୍ନୀଙ୍କୁ ନିର୍ଯାତନା ଦେଉଛନ୍ତି ହ୍ୟୁମାନ ସାଗର

ମହିଳା ଥାନାରେ ଅଭିଯୋଗ: ପତ୍ନୀଙ୍କୁ ନିର୍ଯାତନା ଦେଉଛନ୍ତି ହ୍ୟୁମାନ ସାଗର

ମହିଳା ଥାନାରେ ଅଭିଯୋଗ: ପତ୍ନୀଙ୍କୁ ନିର୍ଯାତନା ଦେଉଛନ୍ତି ହ୍ୟୁମାନ ସାଗର

News by Padmalochan Mishra (Cuttack)

#କଟକ(ଏନ୍‍.ଏମ୍‍.): ପାରିବାରିକ ହିଂସା ଅଭିଯୋଗରେ ଫସିଛନ୍ତି ଓଲିଉଡ଼ ଗାୟକ ହ୍ୟୁମାନ ସାଗର । ତାଙ୍କ ପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାବେଳେ ଏଥିରେ ଅତିଷ୍ଠ ହୋଇ ତାଙ୍କ ପତ୍ନୀ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସୁଥିବାବେଳେ ଏବେ ଏହା ସବୁ ସୀମା ଅତିକ୍ରମ କରୁଛି । ନିଜ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ପତ୍ନୀ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା କାଲି ପୂର୍ବାହ୍ନ ୧୧ଟାରେ କାଉନସେଲିଂ ପାଇଁ ଥାନାରେ ଉଭୟ ପକ୍ଷ ପହଞ୍ଚିବାକୁ ସମନ କରାଯାଇଛି । ଏହି ସମୟରେ ମହିଳା ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । କାଉନସେଲର ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ସହ ଏହାର ସତ୍ୟତା ପରଖିବେ । ଏହାବାଦ ଏହି ମାମଲାରେ ହ୍ୟୁମାନଙ୍କ ପତ୍ନୀ ଅଭିଯୋଗ କରିଥିବା ବେଳେ ହ୍ୟୁମାନଙ୍କ ପ୍ରତିକ୍ରିୟା ମଧ୍ୟ ନିଆଯିବ । ଏଥିରେ ବିବାଦର ସମାଧାନ ନହେଲେ ପରବର୍ତ୍ତୀ ଏକ ତାରିଖରେ ପୁଣି ଥରେ କାଉନସେଲିଂ କରାଯିବ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଥାନାରେ ହୋଇଥିବା ଅଭିଯୋଗ ପ୍ରସଙ୍ଗରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୋଗପତ୍ର ମହିଳା ଥାନାକୁ ପଠା ଯାଇଛି । ଗତକାଲି ତାଙ୍କ ପତ୍ନୀ ପାରିବାରିକ ହିଂସା ଓ ଦାମ୍ପତ୍ୟ କଳହ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ନିୟମାନୁସାରେ ପ୍ରଥମେ ଉଭୟଙ୍କୁ ଥାନାକୁ ଡାକି ବୁଝାସୁଝା କରାଯିବ । ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ । ସୂଚନାଯୋଗ୍ୟ, ପୂର୍ବରୁ ବିଭିନ୍ନ ସମୟରେ ନିଜର ଗୀତ ପାଇଁ ବିବାଦରେ ଫସୁଥିବା ହ୍ୟୁମାନ ସାଗର ଏଥର ନିଜ ପାରିବାରିକ କଳହ ପାଇଁ ଚର୍ଚ୍ଚାର କାରଣ ପାଲଟିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ