ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ

ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ପ୍ରସଙ୍ଗ: ମାମଲାର ଅନ୍ତ କଲେ ହାଇକୋର୍ଟ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ରାଜ୍ୟ ମହିଳା କମିଶନରେ ୬ ସଦସ୍ୟ ପଦବୀ ପୁରଣ ମାମଲାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିଥିବାରୁ ଆଜି କୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍ ଓ ବିଚାରପତି ଗୌରୀ ଶଙ୍କର ଶତପଥୀଙ୍କ ଇଜିଲାସରେ ରାଜ୍ୟ ସରକାର ମହିଳା କମିଶନରେ ଖାଲିଥିବା ସମସ୍ତ ପଦବୀ ପୁରଣ କରିଥିବା ନେଇ ଦର୍ଶାଇବା ପରେ ଅଦାଲତ ଏହି ମାମଲାର ଅନ୍ତ କରି କରିଛନ୍ତି । ସୂଚନାଥାଉକି ରାଜ୍ୟ ମହିଳା କମିଶନରେ ୬ଟି ସଦସ୍ୟ ପଦବୀ ଦୀର୍ଘ ଦିନ ଧରି ଖାଲି ରହିଥିବା ଦର୍ଶାଇ ଆବେଦନକାରୀ ପ୍ରବୀର ଦାସଙ୍କ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ, କମିଶନରେ ସଦସ୍ୟ ପଦଗୁଡିକ ଖାଲି ରହିଥିବାରୁ ମାମଲାଗୁଡିକ ଖାଲି ବିଚାରଧିନ ଅବସ୍ଥାରେ ପଡିରହିଛି । ଫଳରେ କମିଶନରେ କେବଳ ମାମଲା ରୁଜୁ ହେଉଥିବାବେଳେ ଏହାର ତ୍ୱରିତ ଶୁଣାଣି ହୋଇପାରୁନାହିଁ ବୋଲି ଦର୍ଶାଯାଇଥିଲା । ରୁଜୁ ମାମଲାରେ ଆବେଦନକାରୀ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଥିଲେ । ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗକୁ ନୋଟିସ୍ ଜାରି କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ