ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ଦିବସ

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ଦିବସ

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ଦିବସ


ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ମିଳିତ ଆନୁକୁଲ୍ୟରେ ହୋଟେଲ ଦି ନିୟୁ ମ୍ୟାରିଅନ ଠାରେ ଶିଶୁ ଦିବସ -୨୦୨୧ ସମାରୋହ ପାଳିତ ହୋଇଯାଇଛି । ଶିଶୁ ଦିବସ ଉପଲକ୍ଷେ ଏହା ଅଧୀନରେ ଥିବା ଛଅ ଗୋଟି ବାଳାଶ୍ରମରେ ଦୁଇଟି (ବରିଷ୍ଠ ଓ କନିଷ୍ଠ) ବର୍ଗରେ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ୭୨ ଜଣ ପିଲାଙ୍କୁ ଏହି ଉତ୍ସବରେ ପୁରସ୍କାର ସ୍ୱରୂପ ଉତ୍ତରୀୟ ଓ ପ୍ରମାଣ ପତ୍ର ବିତରଣ କରାଯାଇଥିଲା । ଏହା ବ୍ୟତୀତ ଏହି ଉତ୍ସବରେ ୨୦୧୮ ଓ ୨୦୧୯ ମସିହା ପାଇଁ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଭାରତୀୟ ଶିଶୁ କଲ୍ୟାଣ ପରିଷଦ, ନୂଆ ଦିଲ୍ଲୀ ଦ୍ୱାରା ପ୍ରଦତ୍ତ ପଦକ, ପ୍ରମାଣପତ୍ର ଓ ପୁରସ୍କାର ରାଶି ଏବଂ ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ତରଫରୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ତାପରେ ଛଅ ଗୋଟି ବାଳାଶ୍ରମର ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରା; ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ; ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ସୁଲୋଚନା ଦାଶ ଓ ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ପୂର୍ବତନ ସଦସ୍ୟ ସଚିବ କସ୍ତୁରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିବା ବାଳାଶ୍ରମର ପିଲାମାନଙ୍କୁ ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ସଦସ୍ୟ ସଚିବ କ୍ୱାମାର ସୁଲତାନା ବେଗମ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ଶିଶୁ ମଙ୍ଗଳ ଅଧିକାରୀ ଅନୁପମା ବିଶ୍ୱାଳ ଉତ୍ସବକୁ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି