ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଯୁବକ ଗିରଫ

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଯୁବକ ଗିରଫ

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଯୁବକ ଗିରଫ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜନୈକ ବିବାହିତା ମହିଳାଙ୍କ ସହ ଅବୈଧ ସଂପର୍କ ରଖି ଆପତ୍ତିଜନକ ଫଟୋ ଓ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ଓଲ୍ଡ ଟାଉନ୍ ସି୍ଥତ ଜଗନ୍ନାଥ ମଠ ଲେନ୍‌ର ପ୍ଲଟ ନମ୍ବର ୧୫୫୨ରେ ରହୁଥିବା ଓମ୍ ଆକାଶ ମହାନ୍ତି(୩୧) ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଓମ୍‌ର ସଂପୃକ୍ତ ମହିଳାଙ୍କ ସହ ଅବୈଧ ସଂପର୍କ ଥିଲା । ସେ ତାଙ୍କର କେତେକ ଅଶ୍ଳୀଳ ଫଟୋ ଓ ଭିଡିଓକୁ ତାଙ୍କ ପୁଅର ମୋବାଇଲକୁ ପଠାଇଥିଲେ । ଏନେଇ ମହିଳାଙ୍କ ସ୍ୱାମୀ ତାଙ୍କୁ ପଚାରିବାରୁ ସେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ମହିଳାଙ୍କ ସ୍ୱାମୀ ରୋହିତ କୁମାର ବେହେରା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ହାବଳଗଣ୍ଡ ପାଟଣାର ମୁଳବାସିନ୍ଦା । ସେ ଜଗତପୁର ଇମାମ୍‌ନଗରସ୍ଥିତ ମା’ ଷ୍ଟେନ୍‌ଲେସ୍ ଷ୍ଟିଲ୍ ୱାର୍କସପରେ କାର୍ଯ୍ୟରତ ଅଛନ୍ତି । ରୋହିତଙ୍କ ଅଭିଯୋଗ ଆଧାରରେ ଗତ ମାସ ୨୧ ତାରିଖରେ ଆଇପିସିର ୨୯୪, ୫୦୬, ୩୪ ଓ ଆଇଟି ଆକ୍ଟ ଧାରା ୬୭(କ)ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଆଜି ଅଭିଯୁକ୍ତକୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ