ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ

News by Maheswar Behera (Athagarh)


#ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ପାଳିତ ହୋଇଯାଇଛି ପବିତ୍ର ଅଗ୍ନି ଉତ୍ସବ । ବିଶେଷ କରି ଅଗ୍ନି ଉତ୍ସବକୁ ମହିମା ଧର୍ମବଲମ୍ବୀ ସାଧୁସନ୍ଥମାନେ ପାଳନ କରୁଥିବାବେଳେ ଏବେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପାଳିତ ହୋଇ ଆସୁଛି । ଏହି ଅବସରରେ ବିଶେଷ କରି ଝାଡ଼ ଜଳିବାର ପରମ୍ପରା ରହିଛି । ମହିମା ଧର୍ମର ବିଭିନ୍ନ ଶୂନ୍ୟମନ୍ଦିରରେ ଏହି ଉତ୍ସବ ବେଶ ଯାକଜମକରେ ପାଳିତ ହୋଇଥାଏ । ସେହି ଭଳି କଟକ ଜିଲ୍ଲାର ଆଦ୍ୟଧାମ ମାଳବିହାର ପୁର ମହିମା ସ୍ୱାମୀ ଶୂନ୍ୟ ମନ୍ଦିରରେ ଝାଡ଼ ଜଳିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ କାହିଁ କେତେଆଡ଼ୁ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟ ହୋଇଥିଲା । କଟକ ଜିଲ୍ଲା ଆଠଗଡ ମହିମା ସ୍ୱାମୀଙ୍କ ଆଦ୍ୟଧାମ ବାଙ୍କି ବ୍ଲକ ମାଳବିହାରପୁର ଗ୍ରାମରେ ଥିବା ଶୂନ୍ୟ ମନ୍ଦିରରେ ପୂର୍ଣ୍ଣମୀ ପୂର୍ବ ସନ୍ଧ୍ୟାରେ ଝାଡ଼ବତୀ ଜଳିଥିଲା । ମହିମା ସ୍ୱାମୀ ପ୍ରଥମେ ମାଘ ମାସ ଶୁକ୍ଲପକ୍ଷ ପୂର୍ଣମୀ ପୂର୍ବ ସନ୍ଧ୍ୟାରେ ତାଙ୍କର ଆଦ୍ୟଧାମ ମାଳ ବିହାର ପୁର ଗ୍ରାମରେ ଥିବା ଏହି ଶୂନ୍ୟ ମନ୍ଦିରରେ ଝାଡ଼ ବତୀ ଜାଳିଥିଲେ । ଯାହା ଏବେବି ସେହି ପରମ୍ପରାକୁ ଗ୍ରାମବାସୀ ବଞ୍ଚାଇ ରଖିଛନ୍ତି । ମହିମା ସ୍ୱାମୀ ଏଠାରୁ ଝାଡ଼ ବତୀ ଜାଳି ସାରିବା ପରେ ଚାଲି ଚାଲି ଯୋରନ୍ଦା ଗାଦି ଯାଇ ଐଘରା ପୂର୍ଣମୀ ତିଥିରେ ଝାଡ଼ ବତୀ ଜାଳିଥିଲେ ବୋଲି ଏବେବି ଲୋକକଥା ରହିଛି । ତେବେ ମହିମା ସ୍ୱାମୀ ମାଳବିହାରପୁର ଗ୍ରାମରୁ ଚାଲି ଚାଲି ଆଠଗଡ ଦୋରଡ଼ ଦେଇ ଢେଙ୍କାନାଳ ଯୋରନ୍ଦା ଯିବା ସମୟରେ ଦୋରଡ଼ ଶୂନ୍ୟ ମନ୍ଦିରରେ ରାତ୍ରି ଯାପନ କରିଥିଲେ । ସେହି ସମୟରେ ମହିମାସ୍ୱାମୀ ତାଙ୍କ ହସ୍ତ ମୁଦିତ ବେତ ବାଡ଼ିଟିକୁ ଦୋରଡ଼ ଶୂନ୍ୟ ମନ୍ଦିରରେ ଛାଡି ଯାଇଛନ୍ତି । ଆଜିବି ସେହି ଶୂନ୍ୟ ମନ୍ଦିରରେ ବେତ ବାଡ଼ି ପୂଜା ପାଉଥିବା ଦେଖିବାକୁ ମିଳିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ