- ମହାନଦୀ ରେ ବୁଡି ୧୦ ବର୍ଷ ର ବାଳକ ମୃତ୍ୟ
ଚୌଦ୍ବାର (ଏନ୍.ଏମ୍.) : ଗାଧୋଇବା କୁ ଯାଇ ଚାଲିଗଲା ନିରୀହ ଜୀବନ । ଏପରି ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ନୂଆପଟଣା ଗ୍ରାମରେ । ଏହି ଗ୍ରାମର ତାହୀର ମେହେମୁଦ ଓ ତାର ୧୦ ବର୍ଷର ପୁଅ ଅକମଲ ମେହେମୁଦ ଗାଧୋଇବା କୁ ମହାନଦୀର ମଧୁସେତୁ ପାଖକୁ ଯାଇଥିଲେ । ଗାଧୋଇବା ସମୟରେ ପୁଅର ଗୋଡ଼ ଖସି ଜୀବାରୁ ନଦୀ ସ୍ରୋତରେ ଭାସିଯାଇଥିଲା । ତାହିର ଚେଷ୍ଟା କରିଥିଲେ ମଧ୍ୟ ପୁଅ କୁ ଉଦ୍ଧାର କରିପାରିନଥିଲେ । ପରେ ଗ୍ରାମବାସୀଙ୍କ ସହ ବହୁ ଖୋଜା ଖୋଜି କରିବାପାରେ ଅକମଲ ନ ମିଳିବାରୁ ଚୌଦ୍ଵାର ଅଗ୍ନିଶମ ବିଭାଗ ଓ ଚୌଦ୍ଵାର ଥାନାକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଖୋଜିବା ପରେ ଅକମଲ ନମିଳିବାରୁ କଟକରୁ ଓଡ୍ରାଫ୍ଟ ଟିମ କୁ ଡକାଯାଇଥିଲା । ବହୁ ଖୋଜାଖୋଜି ପରେ ଅକମାଲର ମୃତଦେହ ଉଦ୍ଧାର କରିଥିଲେ ଓଡ୍ରାଫ୍ଟ ଟିମ । ଏ ନେଇ ଥାନା ପକ୍ଷରୁ ଏକ ଅପାମୃତ୍ୟୁ ମାମଲା ରୁଜୁ କରାଯାଇ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ ପଠାଯାଇଛି ।