ମହାନଦୀ ବ୍ରିଜରେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ମହାନଦୀ ବ୍ରିଜରେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ମହାନଦୀ ବ୍ରିଜରେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ


ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏକ ଟ୍ରକରୁ ଜଗତପୁର ପୋଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇର ପରିମାଣ ୫. କ୍ୱିଣ୍ଟାଲ୍‌ରୁ ଅଧିକ ବୋଲି ଜଣାପଡ଼ିଛି । ଜବତ ଟ୍ରକ ଆଧାରରେ ତଦନ୍ତ ଜୋରଦାର ଚାଲିଛି ବୋଲି ଜଗତପୁର ଥାନା ଆଇଆଇସି ରବିନ୍ଦ୍ର ନାଥ ମେହେର ସୂଚନା ଦେଇଛନ୍ତି ।
କଟକ ଦେଇ ଚୋରାରେ ଗଞ୍ଜେଇ ଚାଲାଣ ହେବାର ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ଏକ ଫ୍ଲାଇଂ ସ୍କ୍ୱାର୍ନ ଟିମ ଜଗତପୁର ଓ ମଙ୍ଗୁଳି ଛକ ଠାରେ ଏକ କାରକୁ ଯାଞ୍ଚ କରିବା ସମୟରେ ୬୩କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ମାତ୍ର ଆଇଆଇସି ଶ୍ରୀ ମେହେର ସଦଳବଳେ ଜଗତପୁର ଗୋଳେଇ ଛକରେ ଏକ ଟ୍ରକ ଧରିବା ପାଇଁ ପ୍ରସ୍ତୁତ ଥିଲେ । ଠିକ ଏହି ସମୟରେ ମହାନଦୀ ବ୍ରିଜ ଉପରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ପୁଲିସ ପହଞ୍ôଚ ଦୁର୍ଘଟଣାଗସ୍ତ ଓଆର ୦୨-ଏପି-୫୬୪୧ନମ୍ବର ବିଶିଷ୍ଟ ଟ୍ରକକୁ ଦେଖିବା ବେଳକୁ ଉକ୍ତ ଟ୍ରକ ଡାଲାରେ କିଛି ଗଞ୍ଜେଇ ଜରି ପଡ଼ିଥିବା ଦେଖି ସନ୍ଦେହରେ ଟ୍ରକକୁ ଥାନାକୁ ଆଣି ଥିଲେ । ଯାଞ୍ଚ ସମୟରେ ଡ୍ରାଇଭର୍ ସିଟକୁ ପଛ ଡାଲା ସହ ସଂଯୋଗ କରୁଥିବା ଏକ ଚାମ୍ବର ଥିବା ଦେଖି ସନ୍ଦେହରେ ତାକୁ କାଟିବା ପାଇଁ ଆଇଆଇସି ନିର୍ଦ୍ଦେଶ ଦେଇଥିଲେ । ଫଳରେ ସେଥିରୁ ବିପୁଳ ପରିମାଣର ଗଞ୍ଜଇ ପ୍ୟାକେଟ ଦେଖିବାକୁ ମିଳିଥିଲା । ଏହି କ୍ୟବିନ୍‌ଟି ୬ଫୁଟ ଲମ୍ବ ଓ ୨ଫୁଟ ଚଉଡାର ସିକ୍ରେଟ ଚାମ୍ବର ଭିତରେ ୩୦୦ରୁ ଅଧିକ ପ୍ୟାକେଟ ମିଳି ଥିଲା । ତେବେ ଏହି ଗଞ୍ଜେଇ ଚାଲଣର ଗୋଦାମ ମଙ୍ଗୁଳିଥିବା ପୁଲିସ ଅନୁମାନ କରୁଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ