ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର

ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର

ମହାନଦୀ ପୋତି ବର୍ଫି ପ୍ରକଳ୍ପ ମାମଲା: ଏନ୍‌ଜିଟିରେ ରିପୋର୍ଟ ଦେଲେନି ରାଜ୍ୟ ସରକାର
କଟକ(ଏନ୍‌.ଏମ.): ବର୍ଫି ପ୍ରକଳ୍ପ ଓ କଟକ ବଡ ଡାକ୍ତରଖାନା ସମ୍ପ୍ରସାରଣ ପାଇଁ ମହାନଦୀ ପଠାକୁ ପୋତିବାକୁ ବିରୋଧ କରି ରୁଜୁ ମାମଲାରେ ରିପୋର୍ଟ ଦାଖଲ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମାମଲାର ଶୁଣାଣି କରି ହାଇକୋର୍ଟ ତୁରନ୍ତ ରିପୋର୍ଟ ଦେବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଆଧାରରେ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲୁସି), କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି), ନ୍ୟାସନାଲ ଇନଷ୍ଟିଚ୍ୟଟ ଅଫ୍ ହାଇଡ୍ରୋଲୋଜି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ପିସିବି)ର ପ୍ରତିନିଧି ୫ ଜଣିଆ କମିଟି ହାନଦୀରେ ବର୍ଫି ପ୍ରକଳ୍ପ ଓ କଟକ ବଡ ଡାକ୍ତରଖାନା ସମ୍ପ୍ରସାରଣ ନିମନ୍ତେ ପୋତା ଯାଇଥିବା ସ୍ଥାନ ପରିଦର୍ଶନ କରସାରିଛନ୍ତି । ପୂର୍ବରୁ ମହାନଦୀ ପଠାକୁ ପୋତିବା ଓ ପଠା କଡରେ ପାଣି ପାଇପ୍ ବିଛା ଘଟଣାକୁ ବିରୋଧ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ଏହାର ଶୁଣାଣି କରି ସହରର ଉନ୍ନତି ପାଇଁ ଆଇଓସିଏଲକୁ ୨୯୬ କୋଟି ଟଙ୍କାର ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଅର୍ଥରେ ସହରବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଦୁର କରିବାକୁ କୋର୍ଟ କହିଥିଲେ । ତେବେ ହାଇକୋର୍ଟଙ୍କ ଉକ୍ତ ଆଦେଶ କାର୍ଯ୍ୟକାରୀ ନହେବାରୁ ହାଇକୋର୍ଟରେ ଆବେଦନ ହୋଇଥିଲା । ସେହିପରି ଏନ୍‌ଜିଟି ଯେଉଁ ଆଦେଶ ଦେଇଥିଲେ ରାଜ୍ୟ ସରକାର ତାକୁ ପାଳନ କରିନାହଁନ୍ତି ବୋଲି ଦର୍ଶାଯାଇଥିଲା । ଅନ୍ୟପକ୍ଷରେ ରାଜ୍ୟ ସରକାର ମହାନଦୀ ପୀଠ ଜମିର କିସମକୁ ବେଆଇନ ଭାବେ ପରିବର୍ତ୍ତନ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ମହାନଦୀ ପୋତା ଘଟଣାରେ ମଧ୍ୟ ଆବେଦନକାରୀ ଦିଲ୍ଲୀପ୍ ସାମନ୍ତରାୟଙ୍କ ପକ୍ଷରୁ ଏନ୍‌ଜିଟିରେ ଆବେଦନ ହୋଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ