ମହାନଦୀରେ ପୁଣି କୁମ୍ଭୀର ଦେଖି ଜଗତପୁରବାସୀ ଆତଙ୍କିତ
କଟକ(ଏନ୍.ଏମ୍.): ମହାନଦୀରେ ଖସିଆସିଥିବା କୁମ୍ଭୀରକୁ ଚୌଦ୍ୱାର ନୂଆପାଟଣା ନିକଟରେ ଧରି ପୁଣି ଛାଡ଼ିଦିଆଯିବା ଯୋଗୁଁ ଉକ୍ତ କୁମ୍ଭୀରଟି ମହାନଦୀର ବିଭିନ୍ନ ସ୍ଥାନରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଏପରିକି କୁମ୍ଭୀରକୁ ନଦୀରୁ ଉପରକୁ ଉଠି ଆସି ବୁଲାବୁଲି କରୁଛି । ଫଳରେ ନଦୀ କୂଳରେ ବସବାସ କରୁଥିବା ଜନସାଧାରଣ ଆତଙ୍କିତ ହୋଇ ପଡ଼ିଛନ୍ତି । ଆଜି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ମହାନଦୀରେ ପୁଣି ଉକ୍ତ କୁମ୍ଭୀର ମାଟି ଉପରେ ଥିବା ଦେଖି ଜଗତପୁର ଅଞ୍ଚଳରେ ଜନସାଧାରଣ ଭୟଭୀତ ହୋଇଛନ୍ତି । ତେବେ କୁମ୍ଭୀରଟିକୁ ବନବିଭାଗ ଉଦ୍ଧାର କରି ଅନ୍ୟତ୍ର ନେଇଯିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ପ୍ରାପ୍ତ ଖବର ଅନୁଯାୟୀ, କିଛିଦିନ ତଳେ ବିରୂପା ନଦୀରେ ନିମପୁର ବସ୍ତି ନିକଟରେ ନଦୀ କୂଳରେ କୁମ୍ଭିରଟି ପହଁରୁଥିବାର ଲୋକେ ମାତ୍ର କିଛି ସମୟ ପାଇଁ ଦେଖି ନଦୀକୁ ଯିବା ପାଇଁ ଭୟ କରୁଥିବାବେଳେ ଏବେ ମହାନଦୀ କୂଳରେ କୁମ୍ଭୀରଟି ପ୍ରାୟ ଏକ ଘଣ୍ଟା କାଳ ନଦୀକୂଳରେ ପଡି ରହିଥିବା ଦେଖି ସାଧାରଣ ଲୋକଙ୍କର ଭିଡ ଜମିଥିଲା । ପ୍ରାୟ ୧୨ ଟା ୩୦ ମିନିଟରୁ ୧ଟା ୩୦ ମିନିଟ ପ୍ରର୍ଯ୍ୟନ୍ତ ପ୍ରର୍ଯ୍ୟନ୍ତ ୧ଘଣ୍ଟା କାଳ କୁମ୍ଭୀରଟି ଜଗତପୁରସ୍ଥିତ ଶିକାରୀପୁର ବଟଛକ ନିକଟରେ ଥିବା ଏକ ତୁଠ ନିକଟରେ ନଦୀ କୂଳରେ ଶୋଇ ଥିବାର ଦେଖି ବାକୁ ମିଳିଥିଲା । ଏହି କୁମ୍ଭୀରଟି ପ୍ରଥମେ ମହାନଦୀ ଧବଳେଶ୍ୱର ନିକଟରେ ଏହାପରେ ବିରୂପା ନଦୀ ନିମପୁର ବସ୍ତି ନିକଟରେ ଓ ଆଜି ପୁଣି ଜଗତପୁରସ୍ଥିତ ମହାନଦୀ କୂଳରେ ଏହି କୁମ୍ଭୀରଟିକୁ ଦେଖି ବାକୁ ମିଳିଥିଲା । ଏହି କୁମ୍ଭିରଟିକୁ ଦେଖିବାକୁ ଶତାଧିକ ଲୋକଙ୍କର ଭିଡ ଜମିଥିଲା । ଏହି କୁମ୍ଭୀରଟିକୁ ଦେଖି ସାଧାରଣ ଲୋକେ ନଦୀକୁ ଗାଧୋଇବାକୁ ଯିବା ପାଇଁ ଭୟ କରୁଛନ୍ତି । ତେବେ ଜଗତପୁର ଅଞ୍ଚଳରେ ଏହି କୁମ୍ଭୀରଟି ରହୁଥିବା କୁହାଯାଉଛି । କିଛି ଦିନତଳେ ପ୍ରଥମେ ବିରୂପା ନଦୀ ଓ ଆଜି ମହାନଦୀରେ ଦେଖି ବାକୁ ମିଳିଥିଲା ।