ମହାକାଳବସ୍ତ ପଞ୍ଚାୟତରେ ସରପଞ୍ଚଙ୍କ ପୁଅ ସମେତ ଅନ୍ୟଜଣେ ବ୍ୟକ୍ତିଙ୍କୁ ଆକ୍ରମଣ: ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ

ମହାକାଳବସ୍ତ ପଞ୍ଚାୟତରେ ସରପଞ୍ଚଙ୍କ ପୁଅ ସମେତ ଅନ୍ୟଜଣେ ବ୍ୟକ୍ତିଙ୍କୁ ଆକ୍ରମଣ: ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ

ମହାକାଳବସ୍ତ ପଞ୍ଚାୟତରେ ସରପଞ୍ଚଙ୍କ ପୁଅ ସମେତ ଅନ୍ୟଜଣେ ବ୍ୟକ୍ତିଙ୍କୁ ଆକ୍ରମଣ: ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଠିକାଦାର କାର୍ଯ୍ୟକୁ ନେଇ ମହାକାଳବସ୍ତ ପଞ୍ଚାୟତର ସରପଞ୍ଚଙ୍କୁ ଅଶିଲ୍ଲ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିଥିବା ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତ ମହାକାଳବସ୍ତ ଗ୍ରାମରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ଆସିଥିବାବେଳେ ସରପଞ୍ଚ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରୁଛନ୍ତି । ତେବେ ଠିକାଦାରୀ କାର୍ଯ୍ୟକୁ ନେଇ ସେହି ଗ୍ରାମର କିଛି ବ୍ୟକ୍ତି ଗତ ୧୩ ତାରିଖ ରାତି ପ୍ରାୟ ୧୦ ଟା ସମୟରେ ସରପଞ୍ଚ ଅଶାନ୍ତି ବେହେରାଙ୍କ ଘର ଆଗରେ ଠିଆ ହୋଇ ଅଶିଲ୍ଳ ଭାଷାରେ ଗାଳିଗୁଲଜ କରିଥିଲେ । ତାଙ୍କ ପୁଅ ଅନିଲ ବେହେରା ଘଟଣା ସ୍ଥଳରେ ଆସି ପହଞ୍ଚି ପଚାରିବାରୁ ଅନିଲଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣିବା ପାଇଁ ଗୋଡ଼ାଇଥିଲେ । ତେବେ ଜୀବନ ବିକଳରେ ଅନିଲ ସେହି ଗ୍ରାମର ଆଲୋକ ରାଉଳଙ୍କ ଘର ଭିତରେ ପଶି ଯାଇଥିଲେ । ତେବେ ଏହି ସମୟରେ ଆଲୋକ ଘର ବାହାରକୁ ଆସି ଏହାକୁ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ମିଶି ଆଲୋକ ରାଉଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଆଲୋକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ପଠାଯାଇଥିଲା । ଅନ୍ୟପଟେ ଘଟଣା ସମ୍ପର୍କରେ ଆଲୋକ ରାଉଳଙ୍କ ସ୍ତ୍ରୀ କବିତା ରାଉଳ ଓ ସରପଞ୍ଚଙ୍କ ପୁଅ ଅନିଲ ବେହେରା ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ । ଆଜକୁ ଆଜକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏତଲାକୁ ପଞ୍ଜିକୃତ ନକରି ଓଲଟା ଅଭିଯୋଗକାରୀଙ୍କ ପରିବାରକୁ ଭୟଭୀତ କରାଉଥିବା କବିତା ରାଉଳ ଓ ଅନିଲ ବେହେରା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଗ୍ରାମକୁ ଗୁଣ୍ଡା ପଠାଇ ଆଲୋକଙ୍କ ଘରକୁ ବୋମାପକାଇବା ପାଇଁ ପଠାଇଥିବା ବେଳେ ଗ୍ରାମବାସୀ ଜଣକୁ କାବୁ କରି ପୁଲିସ ଜିମା ଦେଇଥିବା ବେଳେ ଅନ୍ୟ ୪ ଜଣ ଫେରାର ହୋଇ ଯାଇଥିବା ଜଣାପଡିଛି । ଏହି ଅଘଟଣାରେ ପୁଲିସ ଗୋଟିଏ କାର ସହ ଜଣେ ଯୁବକକୁ ଅଟକ ରଖିଛି । ତେବେ ପୁଲିସ କାହା ଚାପରେ ବଶବର୍ତ୍ତୀ ହୋଇ ମାମଲା ରୁଜୁ ନକରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ