ମହାକଳପଡ଼ାରେ ଗୁଳିକାଣ୍ଡ: ବାପା ମୃତ, ମା, ପୁଅ ଗୁରୁତର : କାରଣ ଅସ୍ପଷ୍ଟ

ମହାକଳପଡ଼ାରେ ଗୁଳିକାଣ୍ଡ: ବାପା ମୃତ, ମା, ପୁଅ ଗୁରୁତର : କାରଣ ଅସ୍ପଷ୍ଟ

ମହାକଳପଡ଼ାରେ ଗୁଳିକାଣ୍ଡ: ବାପା ମୃତ, ମା-ପୁଅ ଗୁରୁତର : କାରଣ ଅସ୍ପଷ୍ଟ


କେନ୍ଦ୍ରାପଡ଼ା(ଆହ୍ଲାଦ ମହାନ୍ତି): ମହାକାଳପଡ଼ା ଥାନା ଅଧୀନ ବବକରପୁର ଗ୍ରାମରେ ଆଜି ଦୁର୍ବୃତଙ୍କ ଗୁଳିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ଏହି ଗ୍ରାମରେ ଦୁଇଜଣ ଯୁବକ ମୃତ ଅରବିନ୍ଦ ମିଶ୍ର(୬୨)ଙ୍କ ଘର ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରିଥିଲେ । ଏହାର ମାତ୍ର ୫ମିନିଟ୍ ପରେ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା । ଗୁଳିମାଡ଼ରେ ଅରବିନ୍ଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ମିନତି ମିଶ୍ର(୫୫) ଓ ପୁଅ ଶୁଭ ମିଶ୍ର(୩୫) ଗୁରୁତର ଆହତ ହୋଇଥିଲେ । ଶୁଭ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଦୁର୍ବୃତଙ୍କ ସହ ଗାଁ ଦାଣ୍ଡରେ ପାଟିତୁଣ୍ଡ କରିବାର ଦେଖିବାକୁ ମିଳିଥିଲା । ପରେ ଗ୍ରାମବାସୀ ସମ୍ପୃକ୍ତ ଦୁଇଜଣ ଯୁବକଙ୍କୁ କାବୁ କରିବା ସହ ନିସ୍ତୁକ ମାଡ଼ମାରି ପୋଲିସ ଜିମା ଦେଇଥିଲେ । ତେବେ ଘଟଣା ସମ୍ପର୍କରେ ପୁଲିସ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନଥିବାବେଳେ କେହି ଏହାକୁ ରାଜନୈତିକ ଶତ୍ରୁତା କହୁଥିବାବେଳେ କେହି ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କହୁଛନ୍ତି । ଧରାପଡ଼ିଥିବା ଦୁଇ ଅଭିଯୁକ୍ତଙ୍କ ଘର ଭଦ୍ରକ ଜିଲାରେ ବୋଲି କୁହାଯାଉଛି । ପୁଲିସ ଗୁରୁତର ଆହତ ଶୁଭ ଓ ତାଙ୍କ ମା’ ମିନତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୁବୃର୍ତ୍ତମାନେ ବ୍ୟବହାର କରିଥିବା ପଲସରଗାଡ଼ିକୁ ଗ୍ରାମବାସୀମାନେ ପୋଡ଼ି ଦେବା ସହ ଦୀର୍ଘ ସମୟଧରି ରାସ୍ତାରୋକ କରିଥିଲେ । ତେବେ ପୁଲିସ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ଦଣ୍ଡଦେବାର ପ୍ରତିଶ୍ରୁତି ପାଇବା ପରେ ରାସ୍ତାରୋକ ହଟିଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ