ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ପ୍ରିପେଡ୍ ଶୁଳ୍କ ୨୦ ରୁ ୨୫ ପ୍ରତିଶତକୁ ବୃଦ୍ଧି କଲା ଏୟାରଟେଲ
ନୂଆଦିଲ୍ଲୀ (ଏନ୍.ଏମ୍.): ମୋବାଇଲରେ କଥାବାର୍ତ୍ତା କରି ନେଟ୍ ସର୍ଫିଂ ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ମୋବାଇଲ୍ ଫୋନ୍ ରିଚାର୍ଜ ବର୍ତ୍ତମାନ ମହଙ୍ଗା ହୋଇଛି । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ମୋବାଇଲ୍ ଶୁଳ୍କକୁ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି । ନଭେମ୍ବର ୨୬ ତାରିଖରୁ ଏହି ବୃଦ୍ଧି କାର୍ଯ୍ୟକାରୀ ହେବ । ଏହା ସହିତ, ଏୟାରଟେଲର ୨୮ ଦିନର ବୈଧତା ସହିତ ଶସ୍ତା ପ୍ରିପେଡ୍ ମୋବାଇଲ୍ ଶୁଳ୍କ ଯୋଜନା ପୂର୍ବରୁ ୭୯ ଟଙ୍କା ଦେବାକୁ ପଡୁଥିଲା, କିନ୍ତୁ ଶୁଳ୍କ ବୃଦ୍ଧି କରିବା ପରେ ଆପଣଙ୍କୁ ୯୯ ଟଙ୍କା ଦେବାକୁ ପଡିବ । ସେହିଭଳି ୨୮ ଦିନର ବୈଧତା ସହିତ ୧୪୯ ଟଙ୍କା ପ୍ରିପେଡ୍ ଯୋଜନା, ବର୍ତ୍ତମାନ ଆପଣଙ୍କୁ ୧୭୯ ଟଙ୍କା ଦେବାକୁ ପଡିବ ।
ପ୍ରିପେଡ୍ ଶୁଳ୍କ ଯୋଜନା କେତେ ମହଙ୍ଗା ହେଲା:
ଆସନ୍ତୁ ଏୟାରଟେଲର ଅନ୍ୟାନ୍ୟ ପ୍ରିପେଡ୍ ଯୋଜନାଗୁଡ଼ିକୁ ଦେଖିବା ଯାହାର ଶୁଳ୍କ ବୃଦ୍ଧି କରାଯାଇଛି । ୨୧୯ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ୨୬୫ ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି ୨୮ ଦିନ । ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ ଏସଏମଏସ ଏବଂ ପ୍ରତିଦିନ ୨ ଜିବି ଡାଟା ଉପଲବ୍ଧ । ୨୪୯ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ୨୯୯ ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି ୨୮ ଦିନ । ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ ଏସଏମଏସ ଏବଂ ପ୍ରତିଦିନ ୧.୫ ଜିବି ଡାଟା ଉପଲବ୍ଧ । ୨୯୮ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ଆପଣଙ୍କୁ ୩୫୯ ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି ୨୮ ଦିନ । ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ ଏସଏମଏସ ଏବଂ ପ୍ରତିଦିନ ୨ ଜିବି ଡାଟା ଉପଲବ୍ଧ । ୩୯୯ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ଆପଣଙ୍କୁ ୪୭୯ ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି ୫୬ ଦିନ । ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ ଏସଏମଏସ ଏବଂ ପ୍ରତିଦିନ ୧.୫ ଜିବି ଡାଟା ଉପଲବ୍ଧ । ୪୪୯ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ୫୪୯ ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି ୫୬ ଦିନ । ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ ଏସଏମଏସ ଏବଂ ପ୍ରତିଦିନ ୨ ଜିବି ଡାଟା ଉପଲବ୍ଧ । ୩୭୯ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ଆପଣଙ୍କୁ ୪୫୫ ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି ୮୪ ଦିନ । ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ଏସଏମଏସ ଏବଂ ୬ ଜିବି ଡାଟା ଉପଲବ୍ଧ । ୫୯୮ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ଆପଣଙ୍କୁ ୭୧୯ ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି ୮୪ ଦିନ । ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ଏସଏମଏସ ଏବଂ ପ୍ରତିଦିନ ୧.୫ ଜିବି ଡାଟା ଉପଲବ୍ଧ । ୬୯୮ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ୮୩୯ ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି ୮୪ ଦିନ । ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ଏସଏମଏସ ଏବଂ ପ୍ରତିଦିନ ୨ ଜିବି ଡାଟା ଉପଲବ୍ଧ । ୧୪୯୮ ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ୧୭୯୯ ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି ୩୬୫ ଦିନ । ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ ଏସଏମଏସ ଏବଂ ୨୪ ଜିବି ଡାଟା ଉପଲବ୍ଧ । ୨୪୯୮ ର ପ୍ରିପେଡ୍ ଯୋଜନା ପାଇଁ ୨୯୯୯ ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି ୩୬୫ ଦିନ । ଏହି ଯୋଜନା ପାଇଁ ପ୍ରତିଦିନ ୧୦୦ ଏସଏମଏସ ଏବଂ ପ୍ରତିଦିନ ୨ ଜିବି ଡାଟା ଉପଲବ୍ଧ ।
ଡାଟା ଟପ୍ ଅପ୍: ୩ ଜିବିର ଟପ୍ ଅପ୍ ଡାଟା ପ୍ଲାନ୍ ପାଇବାକୁ ପୂର୍ବରୁ ୪୮ ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ୫୮ ଟଙ୍କା ଦେବାକୁ ପଡିବ । ୧୨ ଜିବି ଟପ୍ ଅପ୍ ଡାଟା ପ୍ଲାନ୍ ପାଇବା ପାଇଁ ପୂର୍ବରୁ ୯୮ ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ୧୧୮ ଟଙ୍କା ଦେବାକୁ ପଡିବ । ୫୦ ଜିବିର ଏକ ଟପ୍ ଅପ୍ ଡାଟା ପ୍ଲାନ୍ ପାଇବାକୁ ପୂର୍ବରୁ ଆପଣଙ୍କୁ ୨୫୧ ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ଆପଣଙ୍କୁ ୩୦୧ ଟଙ୍କା ଦେବାକୁ ପଡିବ ।
ଅନ୍ୟ କମ୍ପାନୀମାନେ ମଧ୍ୟ ଶୁଳ୍କ ବୃଦ୍ଧି କରିବେ: ପ୍ରିପେଡ୍ ମୋବାଇଲ୍ ଶୁଳ୍କ ବୃଦ୍ଧି କରିବାକୁ ଭାରତ ଏୟାରଟେଲ୍ ଘୋଷଣା କରିଛି । ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ, ଏୟାରଟେଲର ପଦାଙ୍କ ଅନୁସରଣ କରିବା ପରେ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍- ଆଇଡିଆ ମଧ୍ୟ ଶୁଳ୍କ ବୃଦ୍ଧି କରିପାରନ୍ତି ।