ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ


ଭୁବନେଶ୍ୱର (ଏନ୍‌.ଏମ୍‌.): କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଓମିକ୍ରୋନ ମୁକାବିଲା ନେଇ ସଚେତନତା କାର୍ଯ୍ୟକ୍ରମ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଓମିକ୍ରୋନ ସମ୍ପର୍କରେ ଜ୍ଞାନ ଆହୋରଣ ସହ ଏହାର ପ୍ରଭାବ, ପୂର୍ବ ପ୍ରସ୍ତୁତି ଏବଂ ସଫଳ ମୁକାବିଲା ନେଇ ସଜାଗ ରହିବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଯଥା ସାମାଜିକ ଦୂରତା, ମାସ୍କ ପରିଧାନ ଏବଂ ନିୟମିତ ଅନ୍ତରରେ ସାବୁନ ବା ସାନିଟାଇଜରରେ ହାତ ପରିଷ୍କାର ନେଇ ଲୋକଙ୍କୁ ସଚେତନ କରିବାକୁ ସେ ଆଶାକର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଟେଷ୍ଟିଙ୍ଗ ବଢାଇବା, ସଚେତନ ହେବା ଏବଂ କୋଭିଡ ମାର୍ଗଦର୍ଶିକାର ସଠିକ ଅନୁପାଳନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ବାର୍ତ୍ତା ଦେଇଛନ୍ତି ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ମନ୍ତ୍ରୀ ସମସ୍ତଙ୍କୁ କହିଥିଲେ । ଦୁଇ ବର୍ଷ ଧରି ଆମେ କୋଭିଡ ମହାମାରୀର ମୁକାବିଲା କରି ଆସିଥିବାବେଳେ ଆଗକୁ ମଧ୍ୟ କରିପାରିବା, ଏଇ ଭାବନା ନେଇ ସମସ୍ତଙ୍କୁ କାମ କରିବାକୁ ପଡିବ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ବିଧାୟକ ପାଣ୍ଠିରୁ ଆଶାକର୍ମୀମାନଙ୍କୁ ପଲସ-ଅକ୍ସିମିଟର ଏବଂ ଡିଜିଟାଲ-ଥର୍ମୋମିଟର ପ୍ରଦାନ କରିଥିଲେ । ଏହା ଦ୍ୱାରା କୋଭିଡ ପରୀକ୍ଷଣ ଓ ଚିହ୍ନଟ ଅଧିକ ସହଜ ହେବା ସହ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସହ ସଂକ୍ରମଣ ହାରକୁ ରୋକି ହେବ; ଆମ ରାଜ୍ୟରେ ସଂକ୍ରମଣ ଅଧିକ ବ୍ୟାପକ ହୋଇ ନଥିଲେ ମଧ୍ୟ ଅନ୍ୟ ଦେଶକୁ ଦେଖି ଆମକୁ ପୂର୍ବପ୍ରସ୍ତୁତି କରିବାକୁ ପଡିବ । ଫଳରେ ଏହି ମହାମାରୀ ବିରୋଧ ଲଢେଇରେ ଆମେ ଜିତିପାରିବା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ, ସ୍ଥାନୀୟ ନେତୃବୃନ୍ଦ, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ