ମଦ ପାଇଁ ଛୁଆକୁ ବିକିଲା ବାପା

ମଦ ପାଇଁ ଛୁଆକୁ ବିକିଲା ବାପା

ମଦ ପାଇଁ ଛୁଆକୁ ବିକିଲା ବାପା

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ମଦ ପାଇଁ ଛୁଆକୁ ବିକି ଦେଲା ବାପା । ସାମାନ୍ୟ ମଦ ନିଶା ପାଇଁ ଆଜି ସ୍ନେହ ମମତାକୁ ବଳି ପକାଇ ଦେଇଛି । ଜଣେ ବାପା ଆଜି ନିଜର ଅଢେଇ ବର୍ଷର ପୁଅକୁ ଅନ୍ୟକୁ ବିକ୍ରି କରି ଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡା ଅଞ୍ଚଳରେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବେତଡା ଚନ୍ଦନପୁର ଅଞ୍ଚଳର ରାଜେନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ନିଜର ଅଢେଇ ବର୍ଷର ଶିଶୁ ପୁତ୍ରକୁ ମଦ ପାଇଁ ୧୮ ହଜାର ଟଙ୍କାରେ ବିକ୍ରି କରି ଦେଇଛି । ଏଭଳି ଅଭିଯୋଗ ଆଣିଛନ୍ତି ରାଜେନ୍ଦ୍ର ଦାସଙ୍କ ପତ୍ନୀ ସୀମାରାଣୀ ଦାସ । ଗତ ସୋମବାର ଦିନ ରାଜେନ୍ଦ୍ର ମଦ୍ୟ ପାନ କରି ନିଜର ସ୍ତ୍ରୀଙ୍କୁ ମାଡ଼ ମାରି ଥିଲେ । ଫଳରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଜେନ୍ଦ୍ର ନିଜର ପୁଅକୁ ନେଇ ଘରୁ ପଳାଇଯାଇଥିଲେ । ଏବଂ କିଛିଦିନ ପରେ ଘରକୁ ଫେରିବା ପରେ ସ୍ତ୍ରୀ ପୁଅ ବିଷୟରେ ତାଙ୍କୁ ପଚାରି ଥିଲେ । ରାଜେନ୍ଦ୍ର ନିଜର ପୁଅକୁ ଅଠର ହଜାର ଟଙ୍କାରେ ବିକ୍ରି କରିଦେଇଥିବା କଥା ଜାଣିବା ପରେ ପତ୍ନୀ ସୀମାରାଣୀ ବାସୁଦେବପୁର ଥାନାରରେ ଏକ ଲିଖିତ ଅଭିଯୋଗ କରିଥିଲେ । ବାସୁଦେବପୁର ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ବାସୁଦେବପୁର ଆଇଆଇସି ସାବିତ୍ରୀ ପଣ୍ଡା ଏହି କେଶର ତଦନ୍ତ ଭାର ଗ୍ରହଣ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ