ଭିଜିଲାନ୍ସ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଜଶୱନ୍ତ ଜେଠୱା

ଭିଜିଲାନ୍ସ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଜଶୱନ୍ତ ଜେଠୱା

ଭିଜିଲାନ୍ସ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଜଶୱନ୍ତ ଜେଠୱା


କଟକ(ଏନ୍‌.ଏମ୍‌.): ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ବରିଷ୍ଠ ଆଇପିଏସ ଅଧିକାରୀ ଜଶୱନ୍ତ ଜେଠୱା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବାପରେ ସେ ଦିବଂଗତ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଜେଠୱା ସ୍ୱର୍ଗତ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରି ସେ ଯେଉଁଭଳି ଭାବେ ଭିଜିଲାନ୍ସ କାର୍ଯ୍ୟଶୈଳୀର ମାନ ବୃଦ୍ଧି କରିଛନ୍ତି ତାକୁ ଆହୁରି ମଜବୁତ୍ କରାଯିବ । ଏଥିସହିତ ତାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଥିଲେ । ଶ୍ରୀ ଜେଠୱା ପୁଣି କହିଥିଲେ ଯେ, ଦୁର୍ନୀତି ନିବାରଣ କ୍ଷେତ୍ରରେ ଭିଜିଲାନ୍ସର ଯେଉଁ ଦାୟିତ୍ୱ ରହିଛି ସମସ୍ତଙ୍କ ସହଯୋଗରେ ତାକୁ ତୁଲାଇବାକୁ ଚେଷ୍ଟା କରିବେ । ଦାୟିତ୍ୱ ଗ୍ରହଣ ପରେ ନିର୍ଦ୍ଦେଶାଳୟର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ଦୁର୍ନୀତି ମାମଲାର ତଦନ୍ତ ବେଳେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ସୂଚନାଯେଗ୍ୟ ଯେ, ଗତ ୧୮ ତାରିଖରେ ପୂର୍ବତନ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତପରେ ଏହି ପଦବୀ ଖାଲିପଡିଥିଲା । ଗତକାଲି ରାଜ୍ୟ ସରକାର ଜେଠୱାଙ୍କୁ ନିଯୁକ୍ତି ଦେଇଥିଲେ । ୧୯୯୪ ବ୍ୟାଚ ଆଇପିଏସ ଯଶୱନ୍ତ ପୂର୍ବରୁ ଏଡିଜି (ଆଇନ ଶୃଙ୍ଖଳା) ସହ ଅତିରିକ୍ତ ଭାବେ କ୍ରାଇମବ୍ରାଞ୍ଚର ଏଡିଜିଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସମୟରେ ସେ ବାହାର ରାଜ୍ୟକୁ ଅମ୍ଳଜାନ ଯୋଗାଣ ଦାୟିତ୍ୱକୁ ସୁଚାରୁରୂପେ ପରିଚାଳନା କରିଥିଲେ । ସେହିପରି କଟକରେ ନକଲି ଔଷଧ କାରବାରର ପରିଚାଳନା ନିର୍ଦ୍ଦେଶକ ଶିବ ଜେନା, ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା ଓ ୨ସହଯୋଗୀଙ୍କୁ ଗିରଫ ହୋଇଥିଲେ । ଏହି ଘଟଣାର ତଦନ୍ତ ମଧ୍ୟ କ୍ରାଇମବ୍ରାଞ୍ଚ କରୁଛି । ସେ କୋରାପୁଟସ୍ଥିତ ଦକ୍ଷିଣ- ପଶ୍ଚିମାଞ୍ଚଳ ରେଞ୍ଜ ଆଇଜି ଥିବାବେଳେ ବହୁ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇ ପାରିଥିଲେ । ସେହିପରି ଓଡିଶା କ୍ୟାଡର ଏହି ଆଇପିଏସ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ପରି ଭିଭିଆଇପିଙ୍କ ପାଇଁ ନିୟୋଜିତ ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ(ଏସପିଜି)ର ଆଇଜିଭାବେ ମଧ୍ୟ ସୂଚାରୁରୂପେ ଦାୟିତ୍ୱ ନିର୍ବାହ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି