ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଜବତ

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଜବତ

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଜବତ


#ତାଳଚେର(ଏନ୍‌.ଏମ୍‌.): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟ୍ରାଫକ ଇନସପେକ୍ଟର ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏଭଳି ଘଟଣା କଳାହୀରାର ରାଜଧାନୀ ତାଳଚେର ଅଞ୍ଚଳରେ ଘଟିଛି । ଟ୍ରାଫିକ ଇନସପେକ୍ଟର ଜିତେନ୍ଦ୍ର ବେହେରା ନିଜ ଗାଡ଼ିରେ ବିଡ଼ାବିଡ଼ା ନୋଟ ନେଇ ଘରକୁ ଯାଉଥିବାବେଳେ ବାଟରୁ ତାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ତାଳଚେର ଟ୍ରାଫିକ୍ ଇନିସପେକ୍ଟର ଶ୍ରୀ ବେହେରାଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧, ୧୫, ୪୭୦ ଟଙ୍କା ଜବତ କରିବା ସହ ତାଙ୍କ ଘରୁ ପୁଳାପୁଳା ଟଙ୍କାସହ ସୁନା ଅଳଙ୍କାର ଜବତ କରିଛି । ଜିତେନ୍ଦ୍ରଙ୍କ ପାଖରୁ ମୋଟ୍ ୨୫ ଲକ୍ଷ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶ୍ରୀ ବେହେରା ନିଜ କାରରେ ତାଳଚେରୁ ଟଙ୍କାବ୍ୟାଗ ଧରି ନିଜ ଘର ଅସ୍ତରଙ୍ଗ ଆସୁଥିବା ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇଥିଲା । ବାଲିଅନ୍ତାରେ ନିକଟରେ ଜିତେନ୍ଦ୍ରଙ୍କ ଗାଡ଼ିକୁ ଭିଜିଲାନ୍ସ ଅଧିକାରୀ ଅଟକାଇ ଥିଲେ । ପରେ ତାଙ୍କ ଗାଡ଼ି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡ଼ିରୁ ୧୧, ୧୫, ୪୭୦ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ତେବେ ଏତେ ଟଙ୍କା ଜିତେନ୍ଦ୍ର କେଉଁଠୁ ଆଣିଲେ, ଏହି ଟଙ୍କା କାହାର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ଏନେଇ ଭିଜିଲାନ୍ସ ଅଧିକାରୀଙ୍କର ଜିତେନ୍ଦ୍ରଙ୍କ ଉପରେ ସନ୍ଦେହ ହୋଇଥିଲା । ପରେ ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ରଙ୍କ ପୈତୃକ ଘର ଓ ତାଳଚେର ଭଡ଼ା ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ତାଳଚେର ଭଡା ଘରୁ ୩ ଲକ୍ଷ ଟଙ୍କା ସହ ୩୩୬ ଗ୍ରାମ ସୁନା ଜବତ ହୋଇଥିବାବେଳେ ଅସ୍ତରଙ୍ଗ ଘରୁ ୧୦ଲକ୍ଷ ଟଙ୍କା ଜବତ ହୋଇଛି । ଅଦ୍ୟାବିଧି ମୋଟ୍ ୨୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ନେଇ ଭିଜିଲାନସ୍ ପକ୍ଷରୁ ସୂଚନା ରହିଛି । ଏହାସହ ପାରାଦ୍ୱୀପରେ ଥିବା ଜିତେନ୍ଦ୍ରଙ୍କ ଭାଇଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ