ଭିଜିଲାନ୍ସ ଜାଲରେ ଜଗତସିଂହପୁରର କୋଟିପତି ଡେପୁଟି କଲେକ୍ଟର

ଭିଜିଲାନ୍ସ ଜାଲରେ ଜଗତସିଂହପୁରର କୋଟିପତି ଡେପୁଟି କଲେକ୍ଟର

ଭିଜିଲାନ୍ସ ଜାଲରେ ଜଗତସିଂହପୁରର କୋଟିପତି ଡେପୁଟି କଲେକ୍ଟର

News by Basanta Ratha (Jagatsingh Pur)

#ଜଗତସିଂହପୁର(ଏନ୍‌.ଏମ୍‌.): ସମାଜରେ ସମ୍ପ୍ରତି ସରକାରୀ ଅଧିକାରୀମାନେ ଆୟବର୍ହିଭୁତ ସମ୍ପତ୍ତି ଠୁଳକରିବା ନିଶାରେ କବଳିତ ହୋଇ ପଡ଼ିଛନ୍ତି । ରାତାରାତି କୋଟିପତି ହେବାର ନିଶା ଯୋଗୁଁ ସେମାନେ ବିଭିନ୍ନ ଅନିମିତତା କରିବାକୁ ପଛାଉନାହାନ୍ତି । ତେବେ ଦୁର୍ନୀତି କରି ପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ହେବାର ନିଶା ଛାଡ଼ି ଯାଉଛି ସେତେବେଳେ, ଯେତେବେଳେ ଭିଜିଲାନ୍ସ ହାତରେ ଧରାପଡ଼ୁଛନ୍ତି । ଏବେ ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଯେତେ ଖୋଳିଲେ ସେତେ ବାହାରୁଛି କୋଟିପତି ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ସଂପତ୍ତି । ଚଢ଼ାଉ ବେଳେ ତାଙ୍କର ୪ଟି ପ୍ଲଟ୍ , ଗୋଟିଏ ଦୁଇ ମହଲା କୋଠା, ୬ଟି ପ୍ଲଟ୍‌, ୨ଟି ଚାରି ଚକିଆ ଗାଡ଼ି ଓ ୩ଟି ମୋଟର ସାଇକେଲ ଠାବ କରିଛି ଭିଜିଲାନ୍ସ । ଏହାସହ ୮୭ ହଜାର ୭ଶହ ୮୫ ନଗଦ ଟଙ୍କା ଜବତ କରିବା ସହ ଅନ୍ୟାନ ବ୍ୟାଙ୍କ ଜମା ଓ ଜୀବନ ବୀମା ଠାବ କରାଯାଇଛି । ମୋଟ ସମ୍ପତ୍ତିର ତାଲିକା ଏଯାଏ ଜଣାପଡିନଥିବା ବେଳେ ଆଗକୁ ଏହାର ତାଲିକା ଆହୁରି ବଢିପାରେ ବୋଲି ଚର୍ଚ୍ଚା ହେଉଛି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁରର ଡେପୁଟି କଲେକ୍ଟରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚିତ୍ତରଂଜନଙ୍କ ଘର ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁରରେ ଅଫିସ୍ ସମେତ, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ବିଭାଗର ୨ଜଣ ଡିଏସ୍ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି । ଏଥିରେ ୧୪ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ତେବେ ଏତେ ସମ୍ପତ୍ତି କିଭଳି ଠୁଳ କଲେ ଏ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ