ଭିଜିଲାନ୍ସ ଓ ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ
କଟକ(ଏନ୍.ଏମ୍.): ଦେଶର ଏକତା ଅଖଣ୍ଡତା ଓ ସୁରକ୍ଷା ଅକ୍ଷୁର୍ଣ୍ଣ ରଖିବାରେ ଦେଶର ଅନ୍ୟତମ ରାଷ୍ଟ୍ରନିର୍ମାତା ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ବଳିଷ୍ଠ ଅବଦାନ ରହିଥିଲା ବୋଲି ତାଙ୍କ ଜୟନ୍ତୀ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଶପଥ ପାଠ ଉତ୍ସବରେ ମତପ୍ରକାଶ ପାଇଛି । ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଓ ଭିଜିଲାନ୍ସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ପରିପ୍ରେକ୍ଷୀରେ ଏକତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ସେଲ ଡିଭିଜନ ଏସପି ଏମ. ରାଧାକ୍ରୀଷ୍ଣ ଯୋଗଦେଇ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏସପି(ସମନ୍ୱୟ)ପ୍ରଫୁଲ୍ଲ କୁମାର ମିଶ୍ର, କଟକ ଡିଭିଜନ ଏସପି ଅକ୍ଷୟ କୁମାର ମିଶ୍ରଙ୍କ ସମେତ ବହୁ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ । ସେହିଭଳି ଡିଜିପି କାର୍ଯ୍ୟାଳୟର ଅତିରିକ୍ତ ଏସପି ଉମାଶଙ୍କର ମହାରଣା କର୍ମଚାରୀମାନଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ଡତା, ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିେ । କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସୁବୋଧ ମଲିକ, ସହକାରୀ ଦୁର୍ଗପତି ପଙ୍କଜ କୁମାର ନାୟକ, ସୁବେଦାର ଅଶୋକ କୁମାର ବେହେରା, ବିଲଡିଂ ଇନ୍ସପେକ୍ଟର ପି. ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସଭାବେ ପାଳନ କରାଯାଉଛି ।