ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଦ୍ୱାରା ସେବା କାର୍ଯ୍ୟ

କଟକ(ଏନ୍.ଏମ୍.): ସ୍ଥାନୀୟ ଚହଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୁଳସୀପୁର,କଟକର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସଙ୍କ ଦ୍ୱାରା ସେବା କାର୍ଯ୍ୟ ଦିନସାରା ଚାଲୁ ରହିଛି । ମନ୍ଦିର ପରିଚାଳନା କମିଟି ଓ ଦୁର୍ଗାପୂଜା କମିଟିର ନିମନ୍ତ୍ରଣ ରକ୍ଷାକରି ସ୍କାଉଟ୍ସ ଏବଂ ଗାଇଡ୍ସମାନେ ସେବା କାର୍ଯ୍ୟ କରିଥିଲେ । ପିଲାମାନେ ଭକ୍ତମାନଙ୍କୁ ଧାଡିରେ ମନ୍ଦିର ମଧ୍ୟକୁ ଛାଡୁଥିବା ସହିତ ଭକ୍ତମାନଙ୍କୁ ସାନିଟାଇଜ କରାଉଥିଲେ ଏବଂ ମାକ୍ସ ପିନ୍ଧାଉଥିଲେ । ମନ୍ଦିର ପରିଚାଳନା କମିଟି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିଲେ । ରାଜ୍ୟ କୋଷାଧ୍ୟକ୍ଷ ଭବାନୀପ୍ରସାଦ ମିଶ୍ର ଉପସ୍ଥିତ ଥିବାବେଳେ ସ୍କାଉଟ ମାଷ୍ଟର ଅଜୟ କୁମାର ଜଟ ଓ ଅକ୍ଷୟ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନାରାୟଣ ପ୍ରସାଦ ଷଢଙ୍କୀ ପିଲାମାନଙ୍କୁ ଉତ୍ସହିତ କରିଥିଲେ । ସ୍ଥାନୀୟ ଅଧିବାସୀ ପିଲାମାନଙ୍କର ଏପରି କାର୍ଯ୍ୟକୁ ଭୂୟସୀ ପ୍ରସଂଶା କରିଥିଲେ ।