ଭାରତ ସୀମାରେ ଚୀନର ଅଧିକ ଡ୍ରୋନ୍ ଓ ଯୁଦ୍ଧ ବିମାନ ଠୁଳ

ଭାରତ ସୀମାରେ ଚୀନର ଅଧିକ ଡ୍ରୋନ୍ ଓ ଯୁଦ୍ଧ ବିମାନ ଠୁଳ

ଭାରତ ସୀମାରେ ଚୀନର ଅଧିକ ଡ୍ରୋନ୍ ଓ ଯୁଦ୍ଧ ବିମାନ ଠୁଳ

Bureau Report N.M.

#ନୂଆଦିଲ୍ଲୀ(ଏଜେନ୍ସି): ଚୀନର ବଳପଶା ନୀତି ପୁଣି ଉଦ୍ରେକ ହୋଇଛି । ଭାରତ ଉପରେ ଲୋଲୁପ ଦୃଷ୍ଟି ପକାଇଛି ଚୀନ । ଫଳରେ ଭାରତ ସୀମାରେ ଚୀନ ଅଧିକରୁ ଅଧିକ ସେନା ତଥା ଯୁଦ୍ଧବିମାନ ଓ ଡ୍ରୋନ ଠୁଳ କରିବାରେ ଲାଗିଛି । ବିଶେଷ କରି ଭାରତର ଅରୁଣାଚଳ ପ୍ରଦେଶ ଉପରେ ନଜର ରଖିଛି ଚୀନ । ତେବେ ଚୀନକୁ କୃତକର୍ମର ଫଳ ଚଖାଇବାକୁ ଭାରତ ମଧ୍ୟ ପ୍ରସ୍ତୁତ ରହିଛି । ଭାରତ ଭଳି ଗୋଟିଏ ଶାନ୍ତିପ୍ରୀୟ ଦେଶ ନିଜର ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ପାଇଁ କେତେ ହିଂସ୍ର ହୋଇପାରେ ତାହା ଅତୀତର ପ୍ରମାଣ ରହିଛି । ସାମ୍ରାଜ୍ୟବାଦ ଉପରେ ବିଶ୍ୱାସ ରଖୁନଥିବା ଭାରତ ନିଜର ସୀମାକୁ ସୁରକ୍ଷିତ ରକ୍ଷା କରିବାରେ ଯଥେଷ୍ଟ ସାମର୍ଥ୍ୟ ରହିଛି । ତେଣୁ ଏ କ୍ଷେତ୍ରରେ ଭାରତ ଉପରେ କୌଣସି ଆଞ୍ଚ ଆସିଲେ ଏହାର ପ୍ରତିଜବାବ ଦେବା ପାଇଁ ସବୁବେଳେ ଦେଶ ପ୍ରସ୍ତୁତ ରହିଛି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଚୀନାସେନା ବାରମ୍ବାର ଭାରତ ସୀମାକୁ ଲଙ୍ଘନ କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି । ବାରମ୍ବାର ବିଫଳ ପରେ ମଧ୍ୟ ଏହାର ପୁନରାବୃତ୍ତି କରୁଛି ଚୀନ । ତୱାଙ୍ଗ ସଂଘର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନର ଯୁଦ୍ଧ ବିମାନ । ଅରୁଣାଚଳପ୍ରଦେଶ ଉପରେ ତୀକ୍ଷ୍ଣ ନଜର ରଖିଛି ଚୀନ ସେନା । ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ସଂଖ୍ୟା ମଧ୍ୟ ବଢ଼ାଇଛି । ତେବେ ସାଟେଲାଇଟ୍ ଫଟୋରୁ ଚୀନର ଏଭଳି କିଛି ସାଙ୍ଘାତିକ ସତ୍ୟ ସାମ୍ନାକୁ ଆସିଛି । ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚୀନର ପ୍ରାୟ ୩୦୦ ସୈନ୍ୟ ପ୍ରବେଶ କରି ଉକ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରିଥିଲେ । ତେବେ ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକ ଯବାନ ଆହତ ହୋଇଥିଲେ । ସଂଘର୍ଷ ପରେ ଚାଇନା ସୈନ୍ୟ ଫେରି ଯାଇଥିଲେ ମଧ୍ୟ ପୁନର୍ବାର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ତିଽତୀୟ ଏୟାର ବେସଗୁଡ଼ିକରେ ଚାଇନା ବହୁସଂଖ୍ୟାରେ ଡ୍ରୋନ୍ ଏବଂ ଲଢ଼ୁଆ ବିମାନ ଠୁଳ କରିଥିବା ହାଇରିଜଲ୍ୟୁଶନ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି । ପୂର୍ବରୁ ଏହି ସ୍ଥାନରେ କାଁ ଭାଁ ଜେଟ୍ ଦେଖିବାକୁ ମିଳୁଥିଲା । କିନ୍ତୁ ତୱାଙ୍ଗ ବିବାଦ ପରେ ଯୁଦ୍ଧ ବିମାନ ଏବଂ ଡ୍ରୋନ ସଂଖ୍ୟା ବଢ଼ିଥିବା ନେଇ ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚୀନ ଏହାର ବାଙ୍ଗଦା ବିମାନ ଘାଟିରେ ସୋରିଙ୍ଗ ଡ୍ରାଗନ ଡ୍ରୋନ ମୁତୟନ କରିଛି । ବାଙ୍ଗଦା ବିମାନ ଘାଟି ଅରୁଣାଚଳ ସୀମାଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି । ଚୀନର ଏଭଳି କାର୍ଯ୍ୟଦେଖି ଭାରତୀୟ ବାୟୁସେନା ଲଗାତର ଦୁଇଦିନ ଧରି ଯୁଦ୍ଧାଭ୍ୟାସ କରୁଥିବାର ଜଣାପଡ଼ିଛି । ଗତ ନଭେମ୍ବର ୨୭ରେ ଚାଇନା ଶିଗାତ୍ସେ ଏୟାରପୋର୍ଟରେ ୧୦ଟି ଫ୍ଲାଙ୍କର ଟାଇପ୍ ଯୁଦ୍ଧବିମାନ ସହ କେଜି-୫୦୦ ଏୟାରକ୍ରାଫ୍ଟ ଏବଂ ୭ଟି ଡ୍ରୋନ୍ ମୁତୟନ କରିଥିଲା । ବାଙ୍ଗଦା ଏୟାରବେସ୍ ଫ୍ଲାଇଟ୍ଲାଇନରେ ଦୁଇଟି ଫ୍ଲାଙ୍କର ଟାଇପ୍ ଯୁଦ୍ଧବିମାନ ରହିଥିବା ଡିସେମ୍ବର ୧୪ର ସାଟେଲାଇଟ୍ ଫଟୋରେ ଦେଖିବାକୁ ମିଳିଥିଲା । ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ବାୟୁସେନା ଯୁଦ୍ଧାଭ୍ୟାସ ଚଳାଇଥିବାବେଳେ ଚାଇନା ଏହା ଉପରେ ନଜର ରଖିବା ଲାଗି ଉଦ୍ୟମ କରିଥିଲା ବୋଲି ବାଙ୍ଗଦା ଚିତ୍ରରୁ ସ୍ପଷ୍ଟ ସୂଚନା ମିଳୁଛି ।
ତେବେ ଗତ କିଛି ସପ୍ତାହ ଭିତରେ ଚୀନ୍ ଯୁଦ୍ଧବିମାନ ଦୁଇଥର ଅରୁଣାଚଳପ୍ରଦେଶରେ ଭାରତୀୟ ବାୟୁସୀମା ଲଂଘନ କରିବାକୁ ଚେଷ୍ଟା କରିବା ପରେ ଭାରତୀୟ ବାୟୁସେନା ଲଢ଼ୁଆ ବିମାନ ମୁତୟନ କରିଛି । ଅରୁଣାଚଳପ୍ରଦେଶ ସୀମାରୁ ମାତ୍ର ୧୫୦ କିମି ଉତ୍ତରପୂର୍ବକୁ ଚୀନ୍ର ବାଙ୍ଗଡ଼ା ବିମାନଘାଟିର ଚିତ୍ରରୁ ଜଣାପଡ଼ିଛି ଯେ ଚୀନ୍ ସେଠାରେ ଅନେକ ଡବ୍ଲୁଜେଡ୍‌-୭ ସୋରିଂ ଡ୍ରାଗନ୍ ଡ୍ରୋନ୍ ମୁତୟନ କରିଛି । ଏହା ଏକ ଉଚ୍ଚମାନର ଆଧୁନିକ ଡ୍ରୋନ୍ ଯାହା ୧୦ ଘଣ୍ଟା ଯାଏ ନିରବଚ୍ଛିନ୍ନ ଭାବେ ଉଡ଼ିପାରିବ । ୨୦୨୧ ମସିହାରେ ଚୀନ୍ ଏହାକୁ ସେନାରେ ସାମିଲ କରିଛି । ଏହା ଗୁଇନ୍ଦା କାମ କରି ଶତ୍ରୁପକ୍ଷର ତଥ୍ୟ ସଂଗ୍ରହ କରିପାରିବ, ସର୍ବେକ୍ଷଣ କରିପାରିବ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ରକୁ ତଥ୍ୟ ଯୋଗାଇ ତାକୁ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରିବ । ଭାରତ ପାଖରେ ଏହି ମାନର ଡ୍ରୋନ୍ ନାହିଁ । ବର୍ତ୍ତମାନ ସମୟରେ ଚୀନ୍ର ଡ୍ରୋନଗୁଡ଼ିକ ଅଧିକ ଉଚ୍ଚ ମାନର ଯାହା ସେମାନଙ୍କ ବାୟୁସେନାକୁ ବଳ ଯୋଗାଉଛି । ଏହି ଡ୍ରୋନଗୁଡ଼ିକ ସାହାଯ୍ୟରେ ସେମାନେ ତାଙ୍କ ଲଢ଼ୁଆ ବିମାନଗୁଡ଼ିକୁ ରିୟଲ-ଟାଇମ୍ ଭିତ୍ତିରେ ମନିଟର କରିପାରୁଛନ୍ତି । ସେମାନଙ୍କ ଡ୍ରୋନଗୁଡ଼ିକୁ କେବଳ ଅନ୍ୟ ଡ୍ରୋନ୍ ଦ୍ୱାରା ବା ଲଢ଼ୁଆ ବିମାନ ଦ୍ୱାରା ଟାର୍ଗେଟ୍ କରାଯାଇପାରିବ । ଚୀନ୍ ମଧ୍ୟ ଭାରତର ଲଢ଼ିବା କ୍ଷମତା ବିଷୟରେ ସବୁ ତଥ୍ୟ ରଖିଛି । ଭାରତ ମଧ୍ୟ ଗତ କିଛି ବର୍ଷ ଭିତରେ ଚୀନର ବାୟୁସେନାର କ୍ଷମତା ଓ ଗତିବିଧି ଉପରେ ନଜର ରଖିଛି ଏବଂ ତଦନୁଯାୟୀ ନିଜର କ୍ଷମତା ବୃଦ୍ଧି କରିବାକୁ ଚେଷ୍ଟା କରିଆସିଛି । ଚୀନ୍ ସୀମାରେ ଭିତ୍ତିଭୂମି ନିର୍ମାଣ କଲାବେଳେ ଭାରତ ବି ପଛରେ ପଡ଼ିନାହିଁ । ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ଯେ ଅରୁଣାଚଳ ସୀମାରୁ ୧୫୦ କିମି ବାଙ୍ଗଡ଼ା, ୨୬୦ କିମି ଲାସା ଏବଂ ସିକିମ ସୀମାରୁ ୧୫୦ କିମି ଦୂର ସିଗାସେ ବିମାନଘାଟିରେ ଚୀନ୍ ସମ୍ପ୍ରସାରଣ କରିବା ସହ ଦ୍ୱିତୀୟ ରନୱେ ମଧ୍ୟ ନିର୍ମାଣ କରିଥିବ ଜଣାପଡ଼ିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ