ଭଦ୍ରକ ଯାଦବ ପଡ଼ିଆରେ ବାସୁଦେବାୟନ-୨୦୨୩

#ଭଦ୍ରକ(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ଯାଦବ ପଡିଆ ଠାରେ ପୌର ପରିଷଦ ଆନୁକୁଲ୍ୟରେ ବାସୁଦେବପୁର ମହୋତ୍ସବ, ବାସୁଦେବାୟନ- ୨୦୨୩ ଅନୁଷ୍ଟିତ ହୋଇ ଯାଇଛି । ଚାରି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବାସୁଦେବପୁର ମହୋତ୍ସବକୁ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ବାସୁଦେବପୁରର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମହୋଦୟ ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ପୌରପାଳିକା ଅଧ୍ୟକ୍ଷା ନିବେଦିତା ବେହେରା ମହୋଦୟ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ଓ ପୌର ଅଧିକାରୀ ମାନସ କୁମାର ଦଣ୍ଡପାଟ ଯୋଗଦେଇଥିଲେ । ପ୍ରଥମ ଦିନରେ ବିଭିନ୍ନ କ୍ଷେତ୍ରରେ ବାସୁଦେବପୁର ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁସ୍ତକ ବାସୁଦେବାୟନକୁ ଲୋକାର୍ପଣ କରାଯାଇଛି । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ମଜା ନେଇ ଥିଲେ । ଗୀତିକାର ଦୀପ୍ତି ରେଖା ଓ କମେଡି ହରିହରଙ୍କ ଗୀତ ଏବଂ ଅଭିନୟରେ ଦର୍ଶକ ମାନେ ଭରପୁର ମଜା ନେଇ ଥିଲେ । ଆସନ୍ତା ୭ ତାରିଖରେ ଏହି ମହୋତ୍ସବର ଉଦଯାପନୀ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।