ଭଦ୍ରକ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ଭଦ୍ରକ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ଭଦ୍ରକ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‍.ଏମ୍‍.): ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ରାଜଘରପୋଖରୀ ଠାରେ ଏକ ବିରାଟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜଘରପୋଖରୀ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ୫୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ରାଜଘର ପୋଖରୀ ଅଞ୍ଚଳର ଦଳ ଗତ ନିର୍ବିଶେଷରେ ବହୁ ଯୁବକ-ଯୁବତୀ ମହିଳା ମାନେ ଉପସ୍ଥିତ ରହି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଜାଦ୍ ହିନ୍ଦ୍ ସାମାଜିକ ସଙ୍ଗଠନର ସଭାପତି ରଞ୍ଜନ ନାୟକ, ବିଭୁଦତ୍ତ ନାୟକ, ଅଜୟ ନାୟକ, ରାଜେଶ କୁମାର ନାୟକ, ଗୌତମ ରାଉତ, ଅନୁପମ ମଲ୍ଲିକ, ଜଗବନ୍ଧୁ ବେହେରା, ତପନ ନାୟକ, ସଞ୍ଜୟ ମାହୁନ୍ତ, ତପନ କୁମାର ବଳ, ଦିଗନ୍ କୁମାର ରାଉଳଙ୍କ ସମେତ ବହୁ ଯୁବକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ତେବେ ଏହିଭଳି ପଦକ୍ଷେପକୁ ରାଜଘର ପୋଖରୀ ଅଞ୍ଚଳର ମୁରବୀ ଓ ବୁଦ୍ଧିଜୀବୀମାନେ ଭୁରି ଭୁରି ପ୍ରଶଂସା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ