ବ୍ୟାଙ୍କରେ ଚାକିରୀ କରାଇଦେବା ନାଁରେ ଠକେଇ, ଦଲାଲ ଗିରଫ

ବ୍ୟାଙ୍କରେ ଚାକିରୀ କରାଇଦେବା ନାଁରେ ଠକେଇ, ଦଲାଲ ଗିରଫ

ବ୍ୟାଙ୍କରେ ଚାକିରୀ କରାଇଦେବା ନାଁରେ ଠକେଇ, ଦଲାଲ ଗିରଫ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ବିଭିନ୍ନ ସଂସ୍ଥାରେ ଚାକିରୀ କରାଇ ଦେବା ନାମରେ ଦଲାଲଙ୍କ ଉତ୍ପପାତ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଚାକିରି ପାଇବା ଆଶାରେ ଠକାମୀର ଶିକାର ହେଉଛନ୍ତି ଯୁବ ଗୋଷ୍ଠୀ । ଏହି ଭଳି ଏକ ଘଟଣା ଘଟିଛି ଜଗତପୁର ଅଞ୍ଚଳରେ । ଦୈନିକ ବ୍ୟକ୍ତିଙ୍କୁ ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରାଇ ଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଦଲାଲଙ୍କୁ ଜଗତପୁର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ଗ୍ରମର ଶାୱନ ରାଉତ । ପୁଲିସ ସୂଚନା ଅନୁଯାଇ ଜଗତପୁର ସ୍ଥିତ ଆକ୍ସିସ ବ୍ୟାଙ୍କରେ ଚାକିରୀ କରାଇ ଦେବା ଆଶାରେ ଥିବା ବ୍ୟକ୍ତିଙ୍କୁ ଅଭିଯୁକ୍ତ ଶାୱନ ଚୁନ ଲଗାଇ ୩ ଲକ୍ଷ ଟଙ୍କା ଠକି ନେଇଥିଲା । ପରେ ଅଭିଯୁକ୍ତ ଦଲାଲ ଧରାଛୁଆଁ ନଦେବାରୁ ଅଭିଯୋଗ କାରୀ ସତ୍ୟଜିତ ସ୍ୱାଇଁ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କେସ ନଂ ୧୫/୨୨ ମାମଲା ରୁଜୁ କରି ଦଫା ୪୨୦,୪୬୭ ଓ ୪୬୮ଅନୁଯାଇ ତଦନ୍ତ ଜାରି କରି ଏହି ଘଟଣାରେ ବ୍ୟାଙ୍କ ଯୋଗେ ୨ଲକ୍ଷ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଥିଲା । ପରେ ପୁଲିସ ଅଭିଯୁକ୍ତ ଶାୱନଙ୍କୁ ଗିରଫ କରି ତା ନିକଟକୁ ଏକ ବାଇକ ଯାହାର ନମ୍ବର ଓଡି ୦୫ ଏଜେଡ ୦୮୦୩ ଏବଂ ଏକ ଦାମୀ ସ୍ମାର୍ଟ ଫୋନ ଜବତ କରିବା ସହ ଶାୱନକୁ କୋର୍ଟ ଚାଲଣ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ