ବ୍ରାହ୍ମଣ ଗାଁ ମେଳଣରେ କୃଷ୍ଣବେଣୀ ପୁସ୍ତକ ଉନ୍ମୋଚନ

ବ୍ରାହ୍ମଣ ଗାଁ ମେଳଣରେ କୃଷ୍ଣବେଣୀ ପୁସ୍ତକ ଉନ୍ମୋଚନ

ବ୍ରାହ୍ମଣ ଗାଁ ମେଳଣରେ କୃଷ୍ଣବେଣୀ ପୁସ୍ତକ ଉନ୍ମୋଚନ

News by Anandaprasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବ୍ରାହ୍ମଣଗାଁ ମେଳଣର ୫୨୩ ବର୍ଷର ପୂର୍ତ୍ତି ମହୋତ୍ସବ ବହୁ ଧୁମଧାମରେ ପାଳନ ହୋଇଯାଇଛି । ଦୋଳଉତ୍ସବରେ ଆୟୋଜିତ ସାଧାରଣ ସଭାରେ ପୁସ୍ତୁକ କୃଷ୍ଣବେଣୀକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନ ବ୍ରାହ୍ମଣଗାଁର ଦେବେନ୍ଦ୍ର କୁମାର ଶତପଥୀଙ୍କ ସଭାପତିତ୍ୱରେ ଅଧିକାରୀ ନୀରଞ୍ଜନ ଦାଶ,ଏବଂ ମୁଖ୍ୟଅତିଥି ପବିତ୍ର ମୋହନ ପାଣିଗ୍ରାହୀଙ୍କ କରକମଳରେ ଏହି ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିକାଶ କୁମାର ଶତପଥୀ, ଅରୁଣ କୁମାର ଶତପଥୀ, ଉମାକାନ୍ତ ମିଶ୍ର , ପଣ୍ଡିତ ଦୟାନିଧି ଦାଶ, ଦାମୋଦର ପଣ୍ଡା, ରତ୍ନାକର ପଣ୍ଡା, ରବିନ୍ଦ୍ର କୁମାର ଦାଶ, ଯୁଧିଷ୍ଠିର ପଣ୍ଡା, ପ୍ରିୟବ୍ରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମଧୁସୂଦନ ପାଢୀ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ପାଣିଗ୍ରାହୀ, ଏହି ମେଳଣ ସର୍ବ ପ୍ରାଚୀନ ଏବଂ ଏହା ଆଧ୍ୟାତ୍ମିକତାର ବାର୍ତ୍ତା ବହନ କରୁଛିବୋଲି ମତ ରଖିଥିଲେ । ତାପସ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ