ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା

ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା

ବୋଲର ଆଲୋକ ସାହୁଙ୍କ ଅବସର ଘୋଷଣା


କଟକ (ଏନ୍‌.ଏମ୍‌.): ରାଜ୍ୟର ପ୍ରତିଭାବାନ ପ୍ରଥମ ଶ୍ରେଣୀ ବୋଲର ଆଲୋକ ସାହୁ ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି । ଆଲୋକ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨୫ଟି ମ୍ୟାଚ ଖେଳିଥିବା ବେଳେ ୧୮ଟି ଲିଷ୍ଟ ମ୍ୟାଚ, ୨୨ଟି ଟି-୨୦ ମ୍ୟାଚ ଖେଲିଛନ୍ତି । ସେ ୨୦୦୯ ନଭେମ୍ବରରେ ପ୍ରଥମ ଶ୍ରେଣୀ କ୍ରିକେଟରେ ରେଳୱେ ବିପକ୍ଷରେ ପଦାର୍ପଣ କରିଥିଲେ । ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳ ଜାରି ରଖିଥିଲେ । ୨୦୦୭ରୁ ୨୦୧୫ ପର୍ଯ୍ୟନ୍ତ ଲିଷ୍ଟ-ଏ ମ୍ୟାଚ ଏବଂ ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ ଟି-୨୦ମ୍ୟାଚ ଖେଳିଥିଲେ । ସେ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨୫ଟି ମ୍ୟାଚ ଖେଳି ୬୨ଟି ୱିକେଟ ହାସଲ କରିଥିବା ବେଳେ ୬୭୦ ରନ ସଂଗ୍ରହ କରିଥିଲେ । ୩୩ ରନ ବ୍ୟୟ କରି ସର୍ବାଧିକ ୬ୱିକେଟ ନେଇଥିବା ପ୍ରଥମ ଶ୍ରେଣୀ କ୍ରିକେଟରେ ରେକର୍ଡ ରହିଛି । ଲିଷ୍ଟ ଏ ୧୮ଟି ମ୍ୟାଚରେ ୧୬ଟି ୱିକେଟ ଅକ୍ତିଆର କରିଥିବା ବେଳେ ୧୭୮ ରନ କରିଛନ୍ତି । ତେବେ ୩୯ ରନ ଦେଇ ସର୍ବାଧିକ ୫ ୱିକେଟ ତାଙ୍କ ନାମରେ ରହିଛି । ସେହିପରି ଘରୋଇ ଟି-୨୦ରେ ୨୨ଟି ମ୍ୟାଚ ଖେଳି ୧୭ ୱିକେଟ ହାସଲ କରିଥିବା ବେଳେ ୨୦୮ ରନ କରିଥିଲେ । ଅବସରର ଘୋଷଣା ପରେ ତାଙ୍କର ଆଗାମୀ ଜୀବନ ଲାଗି ଉତ୍ତେରତ୍ତୋର କାମନା କରିଛନ୍ତି ଓସିଏର ସଭାପତି ପଙ୍କଜଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ