ବେଆଇନ ମଦ ପ୍ରସ୍ତୁତିବେଳେ ଅବକାରୀ ବିଭାଗର ଚଢ଼ାଉ: ୧୯ହଜାର ଲିଟର ପୋଚ ସହ ସାଢ଼େ ୩ହଜାର ଲିଟର ମଦ ଜବତ

ବେଆଇନ ମଦ ପ୍ରସ୍ତୁତିବେଳେ ଅବକାରୀ ବିଭାଗର ଚଢ଼ାଉ: ୧୯ହଜାର ଲିଟର ପୋଚ ସହ ସାଢ଼େ ୩ହଜାର ଲିଟର ମଦ ଜବତ

ବେଆଇନ ମଦ ପ୍ରସ୍ତୁତିବେଳେ ଅବକାରୀ ବିଭାଗର ଚଢ଼ାଉ: ୧୯ହଜାର ଲିଟର ପୋଚ ସହ ସାଢ଼େ ୩ହଜାର ଲିଟର ମଦ ଜବତ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବେଆଇନ ମଦ ରନ୍ଧା ଚାଲିଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ବେଳେ୧୮ ହଜାର ୯୦୦ ଶହ ଲିଟର ଗୁଡ଼ପୋଚ ସହିତ ୩ ହଜାର ୫ ଶହ ୭୦ ଲିଟର ଦେଶୀ ରନ୍ଧା ମଦ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଆଠଗଡ଼ର ତିଗିରିଆ ଥାନା ଅନ୍ତର୍ଗତ ପଣସ ପାଟଣାର ବିରୁଡ଼ା ଗ୍ରାମରେ ବେଆଇନ ମଦ ପ୍ରସ୍ତୁତ ଚାଲିଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଥିଲା । ତେବେ ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ମଦ ମାଫିଆମାନେ ଚମ୍ପଟ ମାରିଥିବାବେଳେ ସେମାନଙ୍କ ଘରୁ ୧୮ ହଜାର ୯ଶହ ଲିଟର ଦେଶୀ ମଦ ତିଆରି ଗୁଡ଼ ପୋଚ ସହିତ ୩ ହଜାର ୫ ଶହ ୭୦ ଲିଟର ହାତ ରନ୍ଧା ତିଆରି ଦେଶୀ ମଦ ଜବତ କରାଯାଇଥିଲା । ତେବେ ବିଭାଗ ପକ୍ଷରୁ ଏହି ମଦ ଓ ପୋଚଗୁଡ଼ିକୁ ଜବତ କରାଯିବା ସହ ଏହାକୁ ନଷ୍ଟ କରାଯାଇଛି । ଏହି ଚଢ଼ାଉ ବେଳେ ମୋଟ ୫ ଗୋଟି ମାମଲା ରୁଜୁ କରାଯାଇଥିବାର ଜଣାପଡ଼ିଛି । ତେବେ ଆଗାମୀ ଦିନରେ ଚୋରା ମଦ ବ୍ୟବସାୟୀ ଓ ଚୋରା ମଦ ପ୍ରସ୍ତୁତକାରୀଙ୍କ ଉପରେ କଡା ନଜର ରଖାଯିବା ସହିତ ଚଢ଼ାଉ ଜୋରଦାର କରାଯିବ ବୋଲି ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାରେ ଅଦ୍ୟାବଧି କେହି ବି ଜଣେ ଗିରଫ ହୋଇନାହାନ୍ତି । ଉକ୍ତ ଚଢ଼ାଉରେ ଅବକାରୀ ଉପଅଧକ୍ଷକ ପ୍ରମୋଦ କୁମାର ପଣ୍ଡା, ଫ୍ଲା୍‌ଇଂ ସ୍କ୍ୱାର୍ଡ଼଼ ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ବେହେରା ଓ ଅବକାରୀ ବିଭାଗ ମୋବାଇ ସ୍କ୍ୱାର୍ଡ଼ ନିରୀକ୍ଷକ ସଂଜିତ ବାଲା ଆଠଗଡ ଅବକାରୀ ଉପ ନିରୀକ୍ଷକ ସୌମ୍ୟରଞ୍ଜନ ମାଝୀ ପ୍ରମୁଖ ରହିଥିଲେ ସାମିଲ ଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ