ବେଆଇନ ବାଲି ଚାଲଣ ବେଳେ ପ୍ରଶାସନର ଚଢ଼ାଉ: ୫ଟ୍ରାକ୍ଟର ଜବତ

ବେଆଇନ ବାଲି ଚାଲଣ ବେଳେ ପ୍ରଶାସନର ଚଢ଼ାଉ: ୫ଟ୍ରାକ୍ଟର ଜବତ

ବେଆଇନ ବାଲି ଚାଲଣ ବେଳେ ପ୍ରଶାସନର ଚଢ଼ାଉ: ୫ଟ୍ରାକ୍ଟର ଜବତ

News by Basanta Ratha (Cuttack Sadar)

#କଟକ ସଦର(ଏନ୍‌.ଏମ୍‌.): କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ମାଣପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ କଲରାବାଙ୍କ ଗ୍ରାମରେ ବେଆଇନ ବାଲି ଚାଲଣ ନେଇ ପ୍ରଶାସନ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ଦିନ ଦ୍ୱିପହରେ ମାଫିଆମାନେ ବେନିୟମ ଭାବେ ଚୋରାରେ ବାଲି ଉଠାଉଥିବା ଅଭିଯୋଗ ହୋଇଥିଲା । ତେବେ ଏ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଆଜି ଶ୍ରିଲୋ ଆରଆଇ(ରାଜସ୍ୱ ନିରୀକ୍ଷକ) ଓ କିଶୋର ନଗର ଆରଆଇଙ୍କ ମିଳିତ ଚଢ଼ାଉରେ ବାଲି ବୋଝେଇ ହୋଇଥିବା ୫ଟି ଟ୍ରାକ୍ଟରକୁ ଜବତ କରାଯାଇଛି । ଜବତ ପରେ ଏହି ଟ୍ରାକ୍ଟର ଗୁଡିକୁ ସ୍ଥାନୀୟ କଲରାବାଙ୍କ ଫାଣ୍ଡୀରେ ସ୍ଥାନୀୟ ଆରଆଇ ଜିମା ଦେଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ, କିଛି ଦିନ ଧରି କାଳରବାଙ୍କ ଗ୍ରାମ ନିକଟ ଶୁକ ପାଇକା ନଦୀରୁ କିଛି ବାଲି ମାଫିଆ ବେଆଇନ ବାଲି ଚାଲାଣ କରୁଥିବାର ଅଭିଯୋଗ ହେଉଥିଲା । ମାଫିଆମାନେ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ଫାଙ୍କି ଚୋରାରେ ବାଲି ଚାଲଣ କରୁଥିଲେ । ତେବେ ଏ ନେଇ କିଶନନଗର ତହସିଲଦାରଙ୍କ ଦୃଷ୍ଟିକୁ ଆସିବା ପରେ ଏହି ବେଆଇନ ବାଲି ଚାଲାଣ ଉପରେ ନଜର ରଖିବା ପାଇଁ ସ୍ଥାନୀୟ ଆରଆଇଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ କିଶନନଗର ପୁଲିସ ସହାୟତାରେ ଚଢ଼ାଉ କରାଯାଇ ବେଆଇନ ବାଲି ଚାଲଣ କରୁଥିବା ଟ୍ରାକ୍ଟରଗୁଡ଼ିକୁ ଜବତ କରାଯାଇଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ