ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ

ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ

ବେଆଇନ କାରବାର ବେଳେ ଜଣେ ଗିରଫ: ୧କିଲୋ ୧ଶହ ଗ୍ରାମ ଗଞ୍ଜେଇ ଜବତ


କଟକ/ଜଗତପୁର(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ପଞ୍ଝାରେ ଚୋରା ଗଞ୍ଜେଇ ବ୍ୟବସାୟୀ । ଦୀର୍ଘ ଦିନ ଧରି ବେଆଇନ ଭାବେ ଗଞ୍ଜେଇ କାରବାର କରୁଥିବା ଜଣେ ଅଭିଯୁକ୍ତକୁ ଜଗତପୁର ଥାନା ପୁଲିସ ଗିରଫ କରିବା ସହ ତା ନିକଟରୁ ୧କିଲୋଗ୍ରାମ ୧ଶହ ଗ୍ରାମ ଗଞ୍ଜେଇ ସହିତ ଓଡି୦୪ଏନ୭୩୮୦ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆକ୍ଟିଭାକୁ ଜବତ କରିଛି ।
ସୂଚନା ଅନୁଯାୟୀ ଗତକାଲି ଉକ୍ତ ହୋଣ୍ଡା ଆକ୍ଟିଭା ଗାଡ଼ିରେ କଟକ ଜିଲ୍ଲା ମହାଙ୍ଗା ଥାନା ଅନ୍ତର୍ଗତ ସୁରେନ୍ଦ୍ର ପାଳ(୫୪) ଚୋରା ଗଞ୍ଜେଇ ନେଇ ଟାଙ୍ଗୀଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳ ଦେଇ ପାଗାରେ ଗଞ୍ଜେଇ ବିକ୍ରି କରିବା ପାଇଁ ଆସିଥିଲେ । ଏ ନେଇ ଜଗତପୁର ଥାନା ଅଧିକାରୀ ସୂଚନା ପାଇବା ପରେ ଏସଆଇ କେଏନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ôଚ ସୁରେନ୍ଦ୍ରର ହୋଣ୍ଡା ଆକ୍ଟିଭାକୁ ଯାଞ୍ଚ କରିଥିଲେ । ଆକ୍ଟିଭାରେ ଥିବା ଏକ ବ୍ୟାଗରେ ଉକ୍ତ ଗଞ୍ଜେଇକୁ ଜବତ କରିଥିଲେ । ତେବେ ସୁରେନ୍ଦ୍ର ନାମରେ ଜଗତପୁର ଥାନା କେସ ନମ୍ବର ୪୪୦ତା ୧୭/୧୦/୨୦୨୧ ଭାରତୀୟ ପିଙ୍ଗଳକୋର୍ଡ଼ ଦଫା ୨୦(ବି)(ଆଇଆଇ) (ବି) ଏଡିପିଏସ ଧାରାରେ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିବା ଡିସିପି ପ୍ରତୀକ ସିଂହ ପ୍ରକାଶ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ