ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ
ଜଗତପୁର(ଏନ୍.ଏମ୍.): ଜଗତପୁର ଥାନା ପଦ୍ମପୁର ଅଞ୍ଚଳରେ ବେଆଇନ୍ ଭାବେ ବିସ୍ଫୋରକ ବାଣ ପ୍ରସ୍ତୁତ କରି ବିକ୍ରି କରିବା ଅଭିଯୋଗରେ ପୁଲିସ ଚଢ଼ାଉ କରିଛି । ଏଥିସହ ଘରେ ରଖିଥିବା ଘଟଣାରେ ପୁଲିସ୍ ବାଣ ମାଲିକକୁ ଗିରଫ କରିଛି । ଗିରଫ ଜଣକ ସ୍ଥାନୀୟ ଥାନା ପଦ୍ମପୁର ଅଞ୍ଚଳର ଫକିର ଚରଣ ନାୟକ ବୋଲି ଜଣାପଡ଼ିଛି । ପୁଲିସ୍ ସୂଚନା ଅନୁଯାୟୀ, ମାନବ ଜୀବନ ପାଇଁ ବିପଦ ରହିଥିବା ବାଣ ଗୁଡିକୁ ସରକାରୀସ୍ତରରେ ଲାଇସେନ୍ସ ପ୍ରଦାନ ହୋଇ ନଥାଏ । କିନ୍ତୁ ଫକୀର ଏହାକୁ ଖାତିର ନକରି ବେଆଇନ୍ ଭାବେ ବୋମା, ବାଣ ପ୍ରସ୍ତୁତ କରି ଦୀପାବଳୀକୁ ଦୃଷ୍ଟିରେ ରଖି ବିକ୍ରି କରି ଆସୁଥିଲା । ଏନେଇ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଫକୀରର ପଦ୍ମପୁରସ୍ଥିତ ବାସଭବନରେ ସେ ବାଣ ପ୍ରସ୍ତୁତ କରୁଥିବାବେଳେ ଚଢଉ କରିଥିଲା । ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତ ଫକୀରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି ।