ବିଶ୍ୱ ଶୌଚାଳୟ ଦିବସ ପାଳିତ

ବିଶ୍ୱ ଶୌଚାଳୟ ଦିବସ ପାଳିତ

ବିଶ୍ୱ ଶୌଚାଳୟ ଦିବସ ପାଳିତ


କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ଅବସରରେ ୟୁଥ୍‌ଫର୍ ୱଟର କାଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଅଧ୍ୟାପକ ଦୁର୍ଗା ଚରଣ ମୁରୁଡି, ସରୋଜ କୁମାର ଶତ୍‌ପଥୀ, ଲେପ୍ଟଟାଣ୍ଟ ବିନୟ ଭୂଷଣ ମହାନ୍ତି,ରେଡିଓ ନମସ୍କାର ସଂଯୋଜଜ ଅନ୍ଦାଜ ଆରନ୍‌, କାର୍ଯ୍ୟନିର୍ବାହୀ ଅଧିକାରୀ ରୋଜାଲିନ୍ ପ୍ରଧାନ ପ୍ରମୁଖ ଯୋଗଦେଇ ଶୌଚାଳୟର ବ୍ୟବହାର ଓ ସ୍ୱଚ୍ଛତା ରକ୍ଷା ସଂପର୍କରେ ମତବ୍ୟକ୍ତ କରିଥିବା ବେଳେ ସମାଜସେବୀ ରାମକୃଷ୍ଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଛାତ୍ରଛାତ୍ରୀ ଶୌଚାଳୟର ବ୍ୟବହାର ସଂପର୍କରେ ଶପଥପାଠ କରିଥିଲେ । ପରେ କୋଣାର୍କ ଏନ୍‌.ଏ.ସି ୩ ନମ୍ବର ୱାର୍ଡ ମୂଳିସାହି,ସିଜୁଗୋରଡି ଦଳିତ ସାହିରେ ରେଡିଓ ନମସ୍କାର ପକ୍ଷରୁ ଯୁବଗୋଷ୍ଠୀ ମାନଙ୍କୁ ନେଇ ସାହିର ଲୋକମାନଙ୍କୁ ଗୋଷ୍ଠୀଗତ ଜୀବନରେ ସ୍ୱଚ୍ଛତାର ଗୁରୁତ୍ୱ,ସୁସ୍ଥ ଓ ନିରୋଗ ଜୀବନ ଶୈଳୀ ସଂପର୍କରେ ସଚେତନତା କରାଯାଇଥିଲା । ସିଜୁଗୋରଡି ଦଳିତ ସାହିର ବାସିନ୍ଦା ତୋଫାନ କୁମାର କାଣ୍ଡି ନିଜ ଗ୍ରାମରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିବା ପାଇଁ ରେଡିଓ ନମସ୍କାର ମାଧ୍ୟମରେ ପୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏହି କାଯ୍ୟକ୍ରମକୁ ଭଗବତୀ ମହାବିଦ୍ୟାଳୟର ଛାତ୍ର ରଂଜନ କୁମାର କାଣ୍ଡି, ଦିବ୍ୟଦର୍ଶନୀ ମାହାନ୍ତି,ଜ୍ୟୋତିପ୍ରକାଶ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି